Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ, ଚୁପ୍ ବସିଛି ପୋଲିସ

Odisha

ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ, ଚୁପ୍ ବସିଛି ପୋଲିସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ, ଚୁପ୍ ବସିଛି ପୋଲିସ

ଅର୍ଗସ ବ୍ୟୁରୋ:  ନୟାଗଡ଼ରେ ଆଉ ଏକ ପରୀର କାହାଣୀ। ପୁଣି ନୟାଗଡ଼, ପୁଣି ଅରୁଣ ସାହୁ। ଓଡଗାଁରେ ନାବାଳିକାକୁ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମର ବଡ଼ ଅଭିଯୋଗ ପରେ ବି ଚୁପ୍ ବସିଛି ପୋଲିସ। ଏମିତିରେ କେବେ ମିଳିବ ପୀଡିତାଙ୍କୁ ନ୍ୟାୟ। ବିଜେଡି ବିଧାୟକ ଅରୁଣ ସାହୁଙ୍କ ଲୋକଙ୍କ ସଂପୃକ୍ତି ଅଭିଯୋଗ ରହିଥିବାରୁ ଏହା ପୋଲିସର ଡର ନୁହେଁତ। ସେପଟେ ଓଲଟା ପିଡୀତାଙ୍କ ପରିବାର ନାଁରେ କେସ୍ କରି ଦାଦାଗିରି କରୁଛି ପୋଲିସ। ନ୍ୟାୟ ଆଶାରେ ଅତିଷ୍ଠ ହେଲେଣି ପୀଡିତାଙ୍କ ପରିବାର। ବିଜେଡି ଚାପରେ ପୀଡିତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି। ରାଜ୍ୟରେ ଦଣ୍ଡବିଧାନ ହାର କମ ରହିଛି। ଯାହା ଦୋଷୀଙ୍କ ଅପରାଧିକ ମାନସିକତାକୁ ବଳ ଦେଉଥିବା ଅଭିଯୋଗ ହୋଇଛି।

ନୟାଗଡ଼ର ଏକ ଗାଁରେ ଜଣେ ନାବାଳିକାକୁ କିଛି ଯୁବକ ବାଟରେ ଅକାଇ ଧମକାଇଲେ, ଗାଳିଗୁଲଜ କଲେ ଜାତିଆଣ ଆକ୍ଷେପ କଲେ । ପରିବାର ଲୋକେ ଥାନାରେ ଅଭିଯୋଗ କଲେ। ପୋଲିସ ଶୁଣିଲାନି, ଓଲଟା ପିଡୀତାଙ୍କ ପରିବାର ନାଁରେ ଏତଲା କରି ଘରେ ପଶି ଭଙ୍ଗାରୁଜା କରିଥିବାର ହୋଇଛି ସାଂଘାତିକ ଅଭିଯୋଗ । ତାର କିଛି ଦିନ ପରେ ପୁଣି ଅଭିଯୁକ୍ତମାନେ ପିଡୀତାଙ୍କୁ ରାସ୍ତାର ଅଟକାଇ, ବୁଦାକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତ ମାନେ ଶାସକ ବିଜେଡି ଦଳର ଓ ସେମାନେ ଅରୁଣ ସାହୁଙ୍କ ଲୋକ ବୋଲି --ଅଭିଯୋଗ କରିଛନ୍ତି ପିଡୀତାଙ୍କ ପରିବାର ଲୋକେ । ଅରୁଣ ସାହୁଙ୍କ ନାଁ ନେଇ ଅଭିଯୁକ୍ତମାନେ ଧମକାଉଛନ୍ତି । ପରୀର ଅବସ୍ଥା କରିବୁ ବୋଲି କହି ପୀଡିତାଙ୍କୁ ଧମକାଯାଉଥିବା କଥା ମଧ୍ୟ ନିଜେ ପୀଡିତା ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
on the mistreatment and mischief of minors in Odagaon | Argus English