ବର୍ଜ୍ୟ ବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନିୟମକୁ ଅବମାନନା କରିଛି ଓଡ଼ିଶା
·2 years ago·1 min read

ଅର୍ଗସ ବ୍ୟୁରୋ: ଓଡ଼ିଶା ଦେବ 1 ହଜାର 152 କୋଟିର ପରିବେଶ କ୍ଷତିପୂରଣ । ବର୍ଜ୍ୟ ବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ନିୟମକୁ ଅବମାନନା କରିଛି ଓଡ଼ିଶା । ଏଥିପାଇଁ କ୍ଷତିପୂରଣ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛି । ରାଜ୍ୟସଭାରେ ଗତ ୨୧ ତାରିଖରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏକଥା କହିଛନ୍ତି ।
ମୁନିସିପାଲିଟି ବର୍ଜ୍ୟବସ୍ତୁ ପରିଚାଳନା ନିୟମ 2016 ଏବଂ ଅନ୍ୟ ପରିବେଶ ନିୟମ ଗୁଡିକ ପାଳନ କରିନଥିବାରୁ 2022-23ରେ NGT 36ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 79 ହଜାର 89 କୋଟି ଟଙ୍କାର ପରିବେଶ କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଓଡ଼ିଶା ପାଇଁ ପରିବେଶ କ୍ଷତିପୂରଣ ନିର୍ଦ୍ଦେଶ ଜାନୁଆରୀ 27 2023ରେ ଦିଆଯାଇଥିଲା । ମନ୍ତ୍ରାଳୟରେ ତଥ୍ୟରେ, 2022-23ରେ ତାମିଲନାଡୁକୁ NGT ସର୍ବାଧିକ 15419 କୋଟି ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: