Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା

Odisha

ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା

Jitendra Dash
Browse all articles by Jitendra Dash
·2 years ago·1 min read
ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା

ଅର୍ଗସ ବ୍ୟୁରୋ : ବେଆଇନ ଖଣି ଉତ୍ତୋଳନକାରୀଙ୍କୁ ଓଡ଼ିଶା ସରକାରଙ୍କ ଅହେତୁକ ଅନୁକଂପା । ପୁଣିଥରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ । ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଫାଇନ୍ ଅର୍ଥ ଆଦାୟ ହୋଇଛି ନା ନାହିଁ ଲିଜଧାରୀଙ୍କ ସଂପତ୍ତି ବାଜ୍ୟାପ୍ତ ହୋଇଛି ନା ନାହିଁ ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ପୂର୍ବରୁ ଅଗଷ୍ଟ ୧୪ରେ ସୁପ୍ରିମକୋର୍ଟ ଫାଇନ୍ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ରଖାଯାଇଥିଲା ଖଣି ଳିଜଧାରୀଙ୍କ ପାଖରୁ ସୁଧକୁ ବାଦ ଦେଇ ୨,୬୨୨ କୋଟି ଟଙ୍କା ଆଦାୟ ହୋଇପାରିନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବେଆଇନ୍ ଖଣି ଖନନ କରିଥିବା ୨୬ ଲିଜଧାରୀଙ୍କ ଠାରୁ ରାଜ୍ୟ ସରକାର ମାତ୍ର ୩୪୩ କୋଟି ଟଙ୍କା ହିଁ ଆଦାୟ କରିପାରିଥିଲେ । ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଆଦାୟ କରିଛନ୍ତି କେବେ ସୁଦ୍ଧା ସବୁ ଆଦାୟ ହେବ ଓ ସଂପତ୍ତି ବାଜ୍ୟାପ୍ତି ହେବେ ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ।

Sponsored
Odisha government's huge support to illegal mining | Argus English