Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପିଆଜ ପରେ ଆକାଶ ଛୁଆଁ ରସୁଣ ଦର

Odisha

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପିଆଜ ପରେ ଆକାଶ ଛୁଆଁ ରସୁଣ ଦର

Jitendra Dash
Browse all articles by Jitendra Dash
·2 years ago·1 min read
ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ପିଆଜ ପରେ ଆକାଶ ଛୁଆଁ ରସୁଣ ଦର

ଅର୍ଗସ ବ୍ୟୁରୋ : ଖାଉଟିଙ୍କ ଉପରେ ପୁଣି ଦରବୃଦ୍ଧ ଅତ୍ୟାଚାର । କିଛି ଦିନ ମଧ୍ୟରେ ରସୁଣର ଦାମ ୧୦୦ ଟଙ୍କା ବୃଦ୍ଧି ପରେ ବଜାରକୁ ଗଲେ ଆଁ କରି ଚାହିଁ ରହୁଛି ଗ୍ରାହକ । କାରଣ ୩୦୦ ଛୁଇଁଛି ରସୁଣର ଦାମ । ଏକ ନମ୍ବର ହାଟରେ କିଲୋ ପିଛା ରସୁଣର ପାଇକାରୀ ଦର ୨୫୦ ଟଙ୍କାରୁ ୨୬୦ ଟଙ୍କା ରହିଥିବା ବେଳେ ଖୁଚୁରା ବଜାରରେ ବେପାରୀ ମନଇଚ୍ଛା କଷୁଛନ୍ତି ଦର । 

ଓଡ଼ିଶାରେ ରସୁଣ ଉତ୍ପାଦନ ହେଉଥିବାରୁ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ନାସିକ ଉପରେ ରସୁଣ ଲାଗି ନିର୍ଭର କରେ ଓଡ଼ିଶା । ସ୍ଥିତି ଏମିତି ଯେ, କିଲେ ନେଉଥିବା ଲୋକ ଏବେ ଶହେ ଗ୍ରାମ୍ ନେବାକୁ ବି ୩୦୦ ଥର ଚିନ୍ତା କରୁଛି । ପିଆଜ ଦରରେ ନିୟନ୍ତ୍ରଣ ଆସିବା ପରେ ରସୁଣ ଦର ଏଭଳି ହଟାତ ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁଠାରୁ ବଡ଼ କଥା ରସୁଣ ଅଭାବ ମନୁଷ୍ୟକୃତ କୁହାଯାଉଛି । କର୍ପୋରେଟ ସନ୍ଥ ଗୁଡ଼ିକ ବଜାରରେ ଏପରି ସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ହେଉଛି । ଏଥିସହ ଚକିତ ବର୍ଷ ରସୁଣ ଉତ୍ପାଦନ ୧୫-୨୦ ପ୍ରତିଶତ କମ ରହିବା ବୋଝ ଉପରେ ନଳିତା ବିଡ଼ା ସାଜିଛି । ତେବେ  ଜାନୁଆରୀ ୧୫ ସୁଦ୍ଧା ଏହା ସ୍ଵାଭାବିକ ହେବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘର ସଭାପତି ।

Sponsored
odisha garlic price in high | Argus English