Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାମିୟାଙ୍କୁ ପୁରୀ ଡାକିଥିଲେ ମୁଖ୍ୟମନ୍ତ୍ରୀ ?

Odisha

କାମିୟାଙ୍କୁ ପୁରୀ ଡାକିଥିଲେ ମୁଖ୍ୟମନ୍ତ୍ରୀ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାମିୟାଙ୍କୁ ପୁରୀ ଡାକିଥିଲେ ମୁଖ୍ୟମନ୍ତ୍ରୀ ?

Key Points

  • କାମିୟାଙ୍କୁ ପୁରୀ ଡାକିଥିଲେ ମୁଖ୍ୟମନ୍ତ୍ରୀ ?
  • କାମିଆ ଗୋମାଂସ ଖାଆନ୍ତି ବୋଲି କଣ ଜାଣିନଥିଲେ ନବୀନ ?
  • ସେତେବେଳେ ପୋପ୍‌ଙ୍କୁ ଭେଟି ବିବାଦୀୟ ହୋଇଥିଲେ, ଏବେ କାମିୟାଙ୍କ ପାଇଁ...

ଅର୍ଗସ ବ୍ୟୁରୋ : କାମିଆ-ଗୋମାଂସ-ଶ୍ରୀମନ୍ଦିର-ପାଣ୍ଡିଆନ ବିବାଦକୁ ନେଇ ଥମିବାରେ ନା ନେଉନି ଝଡ଼ । ଗୋମାଂସ ଖିଆ କିମିୟାଙ୍କୁ କାହିଁକି ଶ୍ରୀମନ୍ଦିରକୁ ପାଣ୍ଡିଆନ ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ହେଲେ ସେ ଜଣେ ବିଧର୍ମୀ ହୋଇଥିବାରୁ ଜଗନ୍ନାଥ ମନ୍ଦିରକୁ କେମିତି ପ୍ରବେଶ କଲେ ସେନେଇ ବିରୋଧୀ ବି ଉଠାଇଲେଣି ପ୍ରଶ୍ନ । ଏମିତିକି ମନ୍ଦିର ଶୋଧ କରିବା ସହିତ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଏ ନେଇ ନିଆଯାଉ ବୋଲି ବିଜେପି ଦାବି କରିଥିଲା । ଆଉ ପାଣ୍ଡିଆନଙ୍କୁ ପୂରାପୂରି ଘଂଟ ଘଉଡାଇବାକୁ ଚେଷ୍ଟା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହା ଏହି ଟ୍ଵିଟରୁ ହିଁ ସ୍ପଷ୍ଟ ହୋଇଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପାଣ୍ଡିଆନ କେମିତି କାମିୟାଙ୍କ ସହ ମନ୍ଦିରରୁ ବାହାରକୁ ଆସୁଛନ୍ତି ତାହାର ଭିଡିଓ ନିଜ ସୋସିଆଲ ମିଡିଆ ପେଜରେ ଏକ୍ସରେ ଛାଡିଥିଲେ । ଯାହାକୁ ନେଇ ବିଜେଡି ଏବେ ଅସ୍ତ୍ରଶସ୍ତ୍ର ବିହୀନ ପରି ମନେ କରୁଛି ।

କାମିୟା ଜାନିଙ୍କୁ ନେଇ ବିଜେପି ପ୍ରଥମେ ଅଭିଯୋଗ କରିଥିଲା । ଏମିତିକି ଗୋଟିଏ ପରେ ଗୋଟିଏ ପ୍ରମାଣ ବି ଦେଖାଇଥିଲା । କିନ୍ତୁ ବିଜେଡି ମାନିବାକୁ ପ୍ରସ୍ତୁତ ନାହିଁ କି ପାଣ୍ଡିଆନ ଭୁଲ କରିଛନ୍ତି ବୋଲି । ହେଲେ ଏହି ଘଟଣାରେ ବ୍ୟାକଫୁଟରେ ଥିବା କଂଗ୍ରେସ ଫ୍ରଣ୍ଟରେ ବୋଲିଂ କରିବାକୁ ଯାଇ ସିଧାସିଧା ନବୀନଙ୍କୁ ପ୍ରଶ୍ନ ପଚାରିଛି । କହିଛି, ପୂର୍ବରୁ କାମିୟା ବିବାଦୀୟ । ଏତେ ସବୁ ଜାଣିବା ପରେ ତାଙ୍କୁ ଜଗନ୍ନାଥ ମନ୍ଦିର ଡକାଗଲା କାହିଁକି ? ପୂରା ମାମଲାରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ । ନହେଲେ କଂଗ୍ରେସ ନେବ ଚରମ ପଦକ୍ଷେପ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ହିନ୍ଦୀ ବ୍ଲଗର କାମିୟା ନିଜ ସୋସିଆଲ ମିଡିଆରେ ଗୋମାଂସ ଖାଇବା ବେଳର ଭିଡିଓ ଛାଡିଥିଲେ । ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବୁଲିବାକୁ ପାଣ୍ଡିଆନଙ୍କ ସାମ୍ନାକୁ ଆସିଥିଲେ । ଏମିତିକି ମହାପ୍ରସାଦ ଖାଇଥିଲେ କିନ୍ତୁ ମନ୍ଦିର ପ୍ରଶାସନ ପାଣ୍ଡିଆନଙ୍କ ଚାପରେ ଚେପା ହେବା ପରି ଟ୍ଵିଟ କରି କହିଥିଲା ଏମିତି ଅଭିଯୋଗ ଭିତ୍ତିହୀନ । ହେଲେ ଗତକାଲି ଭିଡିଓ ଭାଇରାଲ ହେବା ପରେ ଏବେ କଣ କରିବ ମନ୍ଦିର ପ୍ରଶାସନ ? କ୍ଷମା ମାଗିବେ ତ ମୁଖ୍ୟମନ୍ତ୍ରୀ ? ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ତ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୂରା ଘଟଣାରେ ମନ୍ଦିର ପ୍ରଶାସନ, ପାଣ୍ଡିଆନ କିମ୍ବା ମୁଖ୍ୟମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM | Argus English