୪୮ ଘଂଟାରେ ୟୁ-ଟର୍ଣ୍ଣ କାହିଁକି ?

Key Points
- ନବୀନଙ୍କ ମିଛ ଧରାଇ ଦେଲେ ସୁଦାମ ମାର୍ଣ୍ଡି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବଦଳାଇଲେ ରାଜସ୍ଵ ମନ୍ତ୍ରୀ !
- ରାଜ୍ୟରେ ଶାସନ ଚାଲିଛି କେମିତି ?
ଅର୍ଗସ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ହେଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୋହର ବାଜିଲା । ହେଲେ ୪୮ ଘଂଟା ପରେ ରାଜସ୍ଵ ମନ୍ତ୍ରୀ ଏଇ ଯୋଉ ଟ୍ଵିଟ୍ କଲେ ତାହାକୁ ନେଇ ଭାରି ଚର୍ଚ୍ଚା । ଦେଖନ୍ତୁ ଏହି ଟ୍ଵିଟ୍କୁ । ଆଉ ଟ୍ଵିଟ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିଥିବା ପରେ ମୁଖ୍ୟମନ୍ତ୍ରୀ କିଛି ଜାଣିପାରୁନାହାନ୍ତି, ତାମିଲବାବୁ ହିଁ ସରକାର ଚଳାଉଥିବା ସ୍ପଷ୍ଟ ହୋଇଛି ।
ଆଦିବାସୀ ଜମିଜମା ବିକ୍ରୀ ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା । ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନ ଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଏହି ଆଦିବାସୀ ମାରଣ ନୀତି ଲାଗି କଡା ଭାଷାରେ ସମାଲୋଚନା କରିଥିଲେ । ଆଉ ଏତିକି ବେଳେ ସୁଦାମଙ୍କ ଯେଉଁ ଟ୍ଵିଟ୍ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟ କ୍ୟାବିନେଟ୍ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହିଁ ବସେ । ପ୍ରସ୍ତାବ ଉପରେ ମୋହର ବାଜିବା ପରେ ବିଧାନସଭାକୁ ଯାଏ । ହେଲେ କ୍ୟାବିନେଟ୍ରେ ମୋହର ବାଜିବା ପରେ ରାଜସ୍ଵ ମନ୍ତ୍ରୀ ନିଷ୍ପତ୍ତି ବଦଳାଯିବା କହିବା ପରେ ଜୋର ଧରିଲା ଚର୍ଚ୍ଚା । ଆଉ ସଫେଇ ଦେଇ ମନ୍ତ୍ରୀ କହିଲେ, କ୍ୟାବିନେଟ୍ରେ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା, ପ୍ରସ୍ତାବ ପାରିତ ହୋଇନଥିଲା । ଯଦି ପ୍ରସ୍ତାବ ପାରିତ ହୋଇନଥିଲା ତେବେ ପୂର୍ବରୁ ପ୍ରଶଂସା କରିଥିଲେ କେମିତି ? ଏଥିରୁ ଗୋଟିଏ କଥା ସ୍ପଷ୍ଟ, ମିଛ କହିଥିଲେ ମନ୍ତ୍ରୀ ।
📱 Get Argus News App
✨ତେବେ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ପାରିତ ହେବା ପରେ ରୋକ୍ ଲାଗିବା ବିଭାଗୀୟ ତ୍ରୁଟି ଆଡକୁ ଇଙ୍ଗିତ କରୁଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ କେମିତି ଚାଲୁଛି ତାହା ସମସ୍ତଙ୍କୁ ଜଣା ।