Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

Odisha

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

Jitendra Dash
Browse all articles by Jitendra Dash
·2 years ago·1 min read
ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଅର୍ଗସ ବ୍ୟୁରୋ : ଫେବ୍ରୁଆରୀ ୧୬ ରୁ +୨ ପରୀକ୍ଷା ଆରମ୍ଭ ହେବ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଜାନୁଆରୀ  ୨ରୁ ଜାନୁୟାରୀ ୧୨ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା । ନିଟ୍‌ ଏବଂ ଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଗୁଆ ପରୀକ୍ଷା କରିବ CHSE । 

୩ ଲକ୍ଷ ୮୪ ହଜାର ୫୯୭ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଗତବର୍ଷ ଅପେକ୍ଷା ୨୬ ହଜାର ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଗତବର୍ଷ ୧୧୪୬ ପରୀକ୍ଷା ସେଣ୍ଟର ବାଦ ଚଳିତବର୍ଷ ୬ ରୁ ୭ ସେଣ୍ଟର ବଢାଇବାକୁ ଯୋଜନା କରୁଛି ସିଏଚଏସଇ । ସେହିପରି ୨୦୨ ହବ୍‌ ରହିବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କପି ରୋକିବାକୁ ସ୍ଵତନ୍ତ୍ର ପଦକ୍ଷେପ ନେବ ସିଏଚଏସଇ । ସ୍କ୍ବାର୍ଡ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ତ୍ରିସ୍ତରୀୟ ସ୍କ୍ବାର୍ଡ ସହ ଜିଲ୍ଲାସ୍ତରରେ ସେଣ୍ଟ୍ରାଲ ସ୍କ୍ୱାର୍ଡ ରହିବ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରୁ ହେବ ଲାଇଭ ଷ୍ଟ୍ରିମଂ । ୨୦୨୦ ସୁଦ୍ଧା ଯେଉଁମାନେ ଯୁକ୍ତ ୨ ରେ ନାମ ଲେଖାଥିଲେ ଅର୍ଥାତ୍ ଏକ୍ସ ରେଗୁଲାର ପିଲାମାନେ ରିଡ୍ୟୁସ ସିଲାବସ୍‌ରେ ପରୀକ୍ଷା ଦେବେ ।

Sponsored
Odisha Board Time Table 2024, BSE, CHSE Exam Date and Timings Download PDF | Argus English