Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି

Odisha

ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି

Smruti Parija
Browse all articles by Smruti Parija
·2 years ago·1 min read
ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି

ନୂଆପଡା: ଆଜି ଆଠ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି । ଦୋକାନ ବଜାର, ଚକ ଅଖ, ସରକାରୀ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ , ବିଦ୍ୟାଳୟ ଓ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଛି ।

ସକାଳ 6 ଟା ରୁ 2 ଟା ପର୍ଯ୍ୟନ୍ତ ବନ୍ଦ ରହିଛି ବଜାରଘାଟ । ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣା ନୀତି, ଶୋଷଣ ଓ କଷଣ ବିରୋଧରେ ରାଜରାସ୍ତାକୁ ଉହ୍ଲାଇଛି ବିଜେପି । ଧାନ କିଣାରେ ବ୍ୟାପକ ଦୁର୍ନୀତି ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଜିଲ୍ଲାର ଖଡ଼ିଆଳ କୋମନା ବୋଡ଼େନ ସିନାପାଲି ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛି ବିଜେପି । ଏହି ବନ୍ଦ ଦ୍ଵାରା ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nuapada-district-bandh-for-8-hrs | Argus English