Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଞ୍ଜି ନିବେଶ ନାହିଁ, ଶିଳ୍ପ ନାହିଁ, ଦାଦନ ଖଟିବାକୁ ଯାଉଛି ଗରିବ ଓଡ଼ିଆ

Odisha

ପୁଞ୍ଜି ନିବେଶ ନାହିଁ, ଶିଳ୍ପ ନାହିଁ, ଦାଦନ ଖଟିବାକୁ ଯାଉଛି ଗରିବ ଓଡ଼ିଆ

Manini Pattanayak
Browse all articles by Manini Pattanayak
·2 years ago·1 min read
ପୁଞ୍ଜି ନିବେଶ ନାହିଁ, ଶିଳ୍ପ ନାହିଁ, ଦାଦନ ଖଟିବାକୁ ଯାଉଛି ଗରିବ ଓଡ଼ିଆ

ଭୁବନେଶ୍ୱର: ସରକାରୀ ଦସ୍ତାବିଜ୍ ଖୋଲିଦେଇଛି ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍। ଅକ୍ଟୋବର 2019ରୁ ସେପେଟେମ୍ବର 2023 ପର୍ଯ୍ୟନ୍ତ କେଉଁ ରାଜ୍ୟରେ କେତେ ବିଦେଶି ପୁଞ୍ଜି ନିବେଶ ହେଉଛି ଇଏ ହେଉଛି ତାର ତାଲିକା । ଟପ୍ ଟେନରେ ନାହିଁ ଓଡ଼ିଶା। ଓଡ଼ିଶାର ସ୍ଥାନ 20 ନମ୍ବରରେ । 4 ବର୍ଷରେ ଓଡ଼ିଶାରେ ହୋଇଛି ମାତ୍ର 165 ମିଲିୟନ୍ ଡଲାର ବା ମାତ୍ର 1277 କୋଟି ଟଙ୍କା। ଏଇ ସମୟ ଭିତରେ ମହାରାଷ୍ଟ୍ରରେ 4 ଲକ୍ଷ 72 ହଜାର 829 କୋଟି, କର୍ଣ୍ଣାଟକରେ 3 ଲକ୍ଷ 58 ହଜାର 517 କୋଟି ଓ ଗୁଜରାଟରେ 2 ଲକ୍ଷ 57 ହଜାର 908 କୋଟିର ପୁଞ୍ଜି ନିବେଶ ହୋଇଛି । ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାରରେ ବି ଓଡ଼ିଶାଠାରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ହୋଇଛି ।

 ବିଦେଶୀ ପୁଞ୍ଜି ନିବେଶ ନେଇ ବଡ଼ ପ୍ରଚାର କରୁଛନ୍ତି ରାଜ୍ୟ ସରକାର। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକାରୀଙ୍କୁ ଆକୃଷ୍ଟକାରୀ କରିବା ପାଇଁ ଜାପାନ ଓ ଦୁବାଇ ଗସ୍ତ କରିଥିଲେ। ଦେଶର ବିଭିନ୍ନ ସ୍ଥାନରହେ ଇନଭେଷ୍ଟର୍ସ ମିଟ୍ ବି କଲେ। ତିନି ତିନିଟା ମେକ ଇନ ଓଡ଼ିଶାରେ ବି କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ରେଜଲ୍ଟ ମାତ୍ର 1300 କୋଟିର ବିଦେଶୀ ପୁଞ୍ଜିନିବେଶ।  ବିଧାନସଭା ଉତ୍ତରରୁ ସାଂଘାତିକ ତଥ୍ୟ ଆସିଥିଲା ସାମ୍ନାକୁ। ୨୩୧ଟି ଉଦ୍ୟୋଗ ଋଣ ପରିଶୋଧ ନ କରିବା ଯୋଗୁଁ ବନ୍ଦ ହୋଇଯାଇଥିବା ବେଳେ ଏହାର ପ୍ରମୁଖ କାରଣ ବ୍ୟବସାୟିକ କ୍ଷତି ବୋଲି ଜଣାପଡିଛି। ସେତିକି ନୁହଁ ଅନେକ ଶିଳ୍ପ ଜାଗା ନେଇ ଶିଳ୍ପ ପ୍ରତିଷ୍ଠା କରୁନଥିବା ବେଳେ କିଛି ସେହି ଜାଗାକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ନେଇ ଯାଇଥିବା ଜଣାପଡିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No investment, no industry, the poor people is going to work another state | Argus English