Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲା ଶବ

Odisha

ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲା ଶବ

Smruti Parija
Browse all articles by Smruti Parija
·2 years ago·1 min read
ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ବୁହା ହେଲା ଶବ

ନବରଙ୍ଗପୁର: ମିଳିଲାନି ଆମ୍ବୁଲାନ୍ସ । ସମ୍ପର୍କୀୟ ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ । କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ 20 କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁ ପୁଗାଁ ଗ୍ରାମରେ ।

ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ  ନିକଟ ପୁର୍ଣିଗୁଡା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ  ଫୁପୁଗାଁର  ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର  ଗୋଟିଏ ପୁଅ ଏବଂ  ଦୁଇଟି ଝିଅ ରହିଛନ୍ତି । ତେବେ ସାନ ଝିଅ ଜନ୍ମ  ହୋଇ 3 ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ । ସେଠାରେ ତାଙ୍କର ଦେହାନ୍ତ ରାତିରେ ହେଇଥିଲା । 

ତେବେ ସେଠାରେ ଅନେକ କସରତ ପରେ ମଧ୍ୟ ସରକାରୀ ଗାଡି କି କୌଣସି ସରକାରୀ ସାହାଯ୍ୟ ସୁବିଧା ମିଳି ନଥିଲା । ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡିର ବ୍ୟବସ୍ଥା କରିପାରିନଥିଲେ । ଫଳରେ ତାଙ୍କ  ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ  20 କିଲୋମିଟର ଖଟିଆରେ ବୋହି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଠାରେ ଆଣି  ଶବ ସଂସ୍କାର କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ସରକାରୀ ଯୋଜନାମାନଙ୍କୁ ତାଚ୍ଛଲ୍ୟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No ambulance was found, the body was carried on the shoulder-at-nabrangpur | Argus English