Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ

Odisha

ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ

Smruti Parija
Browse all articles by Smruti Parija
·2 years ago·1 min read
ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ

ରାଉରକେଲା:  ରାଉରକେଲାରେ ଏବେ ବି ସୁଧୁରିନି ସ୍ଥିତି । ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀର ମୃତ୍ୟୁ ହୋଇଛି । ଯଦିଓ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା 6 ରହିଛି ହେଲେ ବେସରକାରୀ ତଥ୍ୟ କହୁଛି ରାଉରକେଲାରେ ଝାଡ଼ାବାନ୍ତି ନେଲାଣି 9 ଜଣଙ୍କ ଜୀବନ । 

ସ୍ମାର୍ଟସିଟିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ଖାଲି ସହର କାହିଁକି ରାଜ୍ୟର କୋଣ ଅନୁକୋଣରେ ଏବେ ଲୋକେ ଜଳ ସମସ୍ୟାରେ ଜୁଝି ହେଉଛନ୍ତି । କିଛି ଦିନ ପୂର୍ବେ ସମ୍ବଲପୁର ହୀରାକୁଦ ସ୍ଥିତ ମହମ୍ମଦପୁର ଗାଁରେ ଉତ୍କଟ ରୂପ ନେଇଥିବା ପାନୀୟ ଜଳ ସମସ୍ୟା । ଦୂଷିତ ପାଣି ପିଇ ହଇଜା ଭଳି ମାରାତ୍ମକ ରୋଗ ଶିକାର ହେଇଥିଲେ 43 ରୁ ବି ଉର୍ଦ୍ଧ୍ବ ଗ୍ରାମବାସୀ । 

ଅନେକ ଗୁରୁତର ହୋଇ ଯମ ଯନ୍ତ୍ରଣା ଭୋଗିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚଳିତ ବର୍ଷ ରାୟଗଡ଼ା କାଶୀପୁର ଠାରୁ ଆରମ୍ଭ କରି ନବରଙ୍ଗପୁର ଏବଂ କୋରାପୁଟ ଜୟପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗର ଚିଞ୍ଚିରେ ବ୍ୟାପିଥିଲା ହଇଜା । ଏହି ଅଞ୍ଚଳରେ 10 ରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଥିଲେ । ସବୁଠୁ ବଡ଼ କଥା ହେଉଛି ଦୂଷିତ ଜଳ ପିଇ ରୋଗର ଶିକାର ପାଲଟିଛନ୍ତି ରାଜ୍ୟର ଅନେକ ଆଦିବାସୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦୁଝରରେ ଦୂଷିତ ପାଣି ପିଇ ଅଜଣା ରୋଗରେ 11 ରୁ ଉର୍ଦ୍ଧ୍ବ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଦେଶବାସୀଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ହର ଘର ଜଳ ଯୋଜନା ଆପଣାଇଥିବାବେଳେ ଏହାକୁ ରାଜ୍ୟରେ ଲାଗୁ କରୁ ନାହାନ୍ତି ରାଜ୍ୟ ସରକାର । ନା ନିଯେ ଯୋଗାଉଛନ୍ତି ନା କେନ୍ଦ୍ର ଦେଉଥିବା ସୁବିଧା ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
nine-people-dead-in-Diarrhea-at-rourkela- | Argus English