Videos
|
Odisha

ନୀଳଗିରିରେ ବିଜେଡ଼ି ବିଜେଡ଼ି ମୁହାଁମୁହିଁ, ଦୁଇ ଭାଗ ହୋଇ ପାଳିଲେ ପ୍ରତିଷ୍ଠା ଦିବସ

Jitendra Dash
Browse all articles by Jitendra Dash
·2 years ago·2 min read
ନୀଳଗିରିରେ ବିଜେଡ଼ି ବିଜେଡ଼ି ମୁହାଁମୁହିଁ, ଦୁଇ ଭାଗ ହୋଇ ପାଳିଲେ ପ୍ରତିଷ୍ଠା ଦିବସ

ଅର୍ଗସ ବ୍ୟୁରୋ : ପୁଣି ନୀଳଗିରି ବିଜେଡ଼ିରେ ଦେଖା ଦେଲା ଦଳୀୟ କନ୍ଦଳ । ଦୁଇ ଗୋଷ୍ଠୀ ହୋଇ ପାଳିଲେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ଚାଲୁଥିବା ଦଳ ଆଜି ପଥଭ୍ରଷ୍ଟ । କାହାରି ସହିତ କାହାରି ପଡୁ ନାହିଁ । ଏଠି ହମସେ ସେ ବଡା କୋଇ ନେହିଁ ନୀତିରେ ଚାଲୁଛନ୍ତି ନୀଳଗିରି ବିଜେଡ଼ି ନେତା । ଦଳ ପଛେ ଚୁଲିକି ଯାଉ । କିନ୍ତୁ ମୋର ଟିକେଟ ଦରକାର ମୁଁ ବିଧାୟକ ହେବି । ଗୋଟିଏ ପଟେ ଶୁଭେନ୍ଦୁ ଦାସ ମଙ୍ଗରାଜକୁ ଅନ୍ୟ ପଟେ ସନ୍ତୋଷ ଖଟୁଆ ।

ବିଜେଡି ଟିକେଟ ପାଇଁ ନୀଳଗିରିରେ ବଢିବାରେ ଲାଗୁଛି ଆଶାୟୀଙ୍କ ସଂଖ୍ୟା, ବଢୁଛି ଲବି ଓ କିଏ ହେବ ପ୍ରାର୍ଥୀ, ଯାହାକୁ ନେଇ ବିଜେଡ଼ିରେ ବଢୁଛି ବିବାଦ । ଏହି ପ୍ରତିଷ୍ଠା ଦିବସରେ ନୀଳଗିରିରେ ଗଣଦୌଡ଼ କାର୍ଯ୍ୟକ୍ରମ ହୋଇଥିଲା । ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ନେତୃତ୍ୱରେ ବୋହୁ ନେତା ଓ କର୍ମୀ ଯୋଗଦାନ କରିଥିଲେ । ଏହି ଅବସରରେ ମଙ୍ଗରାଜ କହିଥିଲେ ମୋତେ ନୀଳଗିରି ଦାୟିତ୍ୱ ମିଳିଲେ ମୁଁ ସଠିକ ଢଙ୍ଗରେ ସମ୍ଭାଳିବି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ନୀଳଗିରି ବିଜେଡିକୁ ଜିରୋରୁ ହିରୋ କରିବାକୁ ଚେଷ୍ଟା କରୁଛନ୍ତି ବରିଷ୍ଠ ଜିଲ୍ଲା ବିଜେଡି ଉପସଭାପତି ସନ୍ତୋଷ ଖଟୁଆ । ଦଳ, ବଳ, କୌଶଳ ଲଗେଇ ପୁରା ଦମରେ ଲାଗିଛନ୍ତି । ପୁଣି ଥରେ ବିଜେଡି ଟିକେଟ ହାତେଇବାକୁ । କିନ୍ତୁ ସନ୍ତୋଷ ପାଇଁ ଅସନ୍ତୋଷ ସାଜିଛନ୍ତି ତାଙ୍କ ଦଳର ଅସନ୍ତୋଷ ଟିକେଟ ଆଶାୟୀ ନେତା । ଦଳୀୟ ଫାଟ ବଢ଼ିବାରେ ଲାଗିଛି । ଦଳିୟ ଫାଟ ବିଷୟରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ "ଆପଣଙ୍କ ମାନଙ୍କ ଚେନାଲ ହିଁ ଫାଟ ଫାଟ କହିକି ଫଟେଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ଫାଟିବନି " ବୋଲି ସଫେଇ ଦେଇଛନ୍ତି ଖଟୁଆ । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡ଼ିର ଦଳୀୟ କନ୍ଦଳ ଜଳ ଜଳ ହୋଇ ଦିଶୁଛି । ଗୋଟିଏ ପଟେ ଶୁଭେନ୍ଦୁ ଅନ୍ୟପଟେ ସନ୍ତୋଷ ଟିକେଟ ଆଶାୟୀ ଥିବା ବେଳେ, ଆଉ ଗୋଟେ ପଟେ ବରିଷ୍ଠ ପ୍ରଶାସକ ସରୋଜ ସେଠି ମଧ୍ୟ ବିଜେଡି ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା ନୀଳଗିରିରେ କାହାକୁ ମିଳୁଛି ଟିକେଟ ।


 

Nilgiri BJD Fight | Argus English