|
logo
Live

Argus News - ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ମାନବିକତା ଭୁଲିଗଲା ମା'

Odisha

ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ମାନବିକତା ଭୁଲିଗଲା ମା'

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ମାନବିକତା ଭୁଲିଗଲା ମା'

ଅର୍ଗସ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ନବ ଜାତ ଶିଶୁ କନ୍ୟା । ମାନବିକତା ଭୁଲିଗଲା ମା' । ଶିଶୁ କନ୍ୟାକୁ ଜନ୍ମ ଦେଇ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଇଁଚୁଆ ଗ୍ରାମର ନିକଟରେ ଥିବା ଏକ ଖୋଲା ପଡ଼ିଆରେ ଶିଶୁ କନ୍ୟାକୁ ଛାଡ଼ି ଚାଲିଗଲା ମା' । ଛାଡି ଚାଲିଯିବାର କିଛି ସମୟ ପରେ ଶିଶୁର କାନ୍ଦଣା ଶୁଣି ପଥଚାରୀ ମାନେ ଅଟକି ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆସ୍ତେ ଆସ୍ତେ ନବ ଯାତ ଶିଶୁ କନ୍ୟାଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ସ୍ଥାନୀୟ ଲୋକ ମାନେ ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସା ପାଇଁ ଶିଶୁ ଭବନ ପଠାଇବା ସହିତ CWCର ସହାୟତା ନେଇଥିଲେ । ଅନ୍ୟପକ୍ଷରେ ଟାଙ୍ଗୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଶିଶୁ କନ୍ୟାର ଅବସ୍ଥା ସଙ୍କଟାପନ ଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ମାନବିକତା ଭୁଲିଗଲା ମା' | Argus English