Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ମାସ ଶେଷକୁ ବର୍ଷ ଶେଷ, ପକେଟ୍ ରେ ଥାଉ ନଥାଉ ଆମେ ଖାଇବୁ'

Odisha

'ମାସ ଶେଷକୁ ବର୍ଷ ଶେଷ, ପକେଟ୍ ରେ ଥାଉ ନଥାଉ ଆମେ ଖାଇବୁ'

Smruti Parija
Browse all articles by Smruti Parija
·2 years ago·2 min read
'ମାସ ଶେଷକୁ ବର୍ଷ ଶେଷ, ପକେଟ୍ ରେ ଥାଉ ନଥାଉ ଆମେ ଖାଇବୁ'

ଭୁବନେଶ୍ୱର:  ରାଜଧାନୀରେ ଅଦିନିଆ ଛାଡଖାଇ ।  ବର୍ଷ ଶେଷରେ ଆମିଷ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଆଜି ବର୍ଷ ଶେଷକୁ ରବିବାର । ଆମିଷ ପ୍ରେମୀଙ୍କ ପାଇଁ ଖୁସି ଦ୍ୱିଗୁଣିତ ହୋଇଯାଇଛି । ଘରେ ଘରେ ଆମିଷର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବନାଇ ଖାଇବାକୁ ପ୍ରସ୍ତୁତି ଚାଲିଛି । ସେପଟେ 4 ନମ୍ବର ମାଛ ମାର୍କେଟରେ ନାହିଁ ନଥିବା ଭିଡ଼ ଜମିଛି । 

କଙ୍କଡା, ଚିଙ୍ଗୁଡି, ଭଳିକି ଭଳି ଦେଶୀ ମାଛ, ଇଲିସି, ପାମ୍ପରେଟ୍,ଜଳଙ୍ଗ, ମହୁରାଳି ଭଳି ବିଭିନ୍ନ ଭେରାଇଟି ମିଳୁଛି । ନୂଆବର୍ଷ ସୋମବାର ପଡ଼ୁଥିବାରୁ ଆଜି ଆମିଷ ମାର୍କେଟରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ମାସ ଶେଷକୁ ବର୍ଷ ଶେଷ । ପାଖରେ ଟଙ୍କା ଥାଉ ନଥାଉ ଭଲ ଖାଇବାକୁ କିଏ ବି ପଛ ଘୁଞ୍ଜା ଦେଉନାହାନ୍ତି ।  ଯେତେ ରେଟ୍ ହେଲେ ବି କିଲୋ ଦୁଇ କିଲୋ କିଣି ନେଉଛନ୍ତି । ଅବଶ୍ୟ ଦର ସେମିତି କିଛି ବଢିନି । କିନ୍ତୁ ଆସନ୍ତାକାଲି ସୋମବାର ଥିବାରୁ ଆଜି ହିଁ ଲୋକେ ଆମିଷ ଖାଇ ନୂଆବର୍ଷ ପାଳନ କରୁଛନ୍ତି । 

ସେପଟେ 4 ନଂ ମାଛ ମାର୍କେଟରେ ରୋହି ଦର 160, ଭାକୁର-180, ଚିଙ୍ଗୁଡି-450/500 ରହିଛି । ସେହିପରି ମାଛ ସହ ଆଜି ମଟନ ଦୋକାନ ମାନଙ୍କରେ ମଧ୍ୟ ଭିଡ ଜମିଛି । ବର୍ଷ ଶେଷକୁ ଛୁଟିବାର ପଡୁଥିବାରୁ ଘରେ ଘରେ ସେଲିବ୍ରେସନ, ଭୋଜି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଖୁ ଦେଖୁ 2023 ସରିଗଲା ।  ଏଇ ବର୍ଷ ଅନେକଙ୍କୁ ଅନେକ କିଛି ଶିଖାଇବା ସହ ଅନେକଙ୍କ ଜୀବନରେ ବହୁତ କିଛି ଘଟିଯାଇଛି । କିଏ ବହୁତ କିଛି ପାଇଛି ତ କିଏ ବହୁତ କିଛି ହରାଇଛି । ସେ ଯାହା ବି ହେଉ ଏହି ବର୍ଷକୁ ବିଦାୟ ଦେବା ସହ ଆସନ୍ତା ବର୍ଷ ଯେମିତି ସମସ୍ତଙ୍କର ଭଲରେ ଭଲରେ କଟୁ ସେଥିପାଇଁ ଖୁସି ମନରେ ସମସ୍ତେ ଉତ୍ସବ ମନାଉଛନ୍ତି । କିଏ ବୁଲିବାକୁ ଯାଉଛି ତ କିଏ ଘରେ ରହି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ମନାଇ ସେଲିବ୍ରେଟ୍ କରୁଛି । ଗରିବଠୁ ଧନୀ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ଯିଏ ଯେତିକି ପାରୁଛି କରୁଛି । ଇଂରାଜୀ ନବବର୍ଷକୁ ସ୍ୱାଗତ କରିବାକୁ ସବୁଠି ଚାଲିଛି ସେଲିବ୍ରେସନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
new-year-celebration-rush-in-fish-market-of-unit-4-bhubaneswar | Argus English