|
logo
Live

Argus News - ନୂଆବର୍ଷ ୨୦୨୪, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ

Odisha

ନୂଆବର୍ଷ ୨୦୨୪, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ

Jitendra Dash
Browse all articles by Jitendra Dash
·2 years ago·1 min read
ନୂଆବର୍ଷ ୨୦୨୪, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ

ଅର୍ଗସ ବ୍ୟୁରୋ : ଲିଙ୍ଗରାଜଙ୍କ ପୀଠରୁ ନୂଆବର୍ଷର ଆରମ୍ଭ । ଇଂରାଜୀ ନୂଆବର୍ଷ ୨୦୨୪ର  ପ୍ରଥମ ଦିନରେ ମନ୍ଦିର ମାଳିନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ଜମିଛି ରାଜ୍ୟ ତଥା ରଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ଭିଡ଼ । ବିହାର, ତେଲଙ୍ଗାନା, ଗୁଜରାଟ ଭଳି ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଗହଳି  ଦେଖିବାକୁ ମିଳିଛି । ସେପଟେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ହେବା ସହ ସୁରୁଖୁରୁରେ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । 

ଦୀର୍ଘ ଦୁଇବର୍ଷ ପରେ ମହା ଆଡମ୍ବରରେ ସମସ୍ତେ ଇଂରାଜୀ ନୂତନବର୍ଷକୁ ଉତ୍ସବ ମନାଇ ସ୍ବାଗତ କରିଛନ୍ତି । କେହିକେହି ମୁଭି, ସପିଂ ମଲ୍ , ପର୍ଯ୍ୟଟନ ସ୍ଥଳରେ ସପରିବାର ଭୋଜିଭାତ କରୁଥିବାବେଳେ କେହି ଇଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ଲୋଡିଛନ୍ତି । ନୂଆବର୍ଷରେ ଲୋକାରଣ୍ୟ ହୋଇଛି ରାଜଧାନୀ ଭୁବନେଶ୍ବର । ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ସୋମବାର ନନ୍ଦନକାନନ ବନ୍ଦ ରହୁଥିଲେ ବି ଏଥର ନୂଆବର୍ଷକୁ ଆଖି ଆଗରେ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ଖୋଲା ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଫୁଲ ବଜାରରେ ମଧ୍ୟ ଗହଳି ଜମିଛି ।  ନୂଆବର୍ଷରେ ପ୍ରିୟଜନଙ୍କୁ ଫୁଲ ଓ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇବାର ପରମ୍ପରା ଥିବାରୁ ରାଜଧାନୀରେ ବିଭିନ୍ନ ସ୍ଥାନର ଫୁଲର ପସରା ମେଲାଇଛନ୍ତି ବ୍ୟବସାୟୀ । କୋଲକାତା, ବେଙ୍ଗାଲୁରୁ ଓ ଥାଇଲାଣ୍ଡରୁ ରାଜଧାନୀକୁ ଆସିଛି ଭଳିକିଭଳି ଫୁଲ । ଅଭୁଲା ଅନୁଭୂତି ସହ ନୂଆବର୍ଷ ଆରମ୍ଭ କରିବାକୁ ସମସ୍ତେ ସଂକଳ୍ପ ନେଉଛନ୍ତି । ନୂତନ ବର୍ଷ ସଭିଙ୍କ ଜୀବନରେ ନୂଆ ଆଶା ଓ ସୁଖ ଭରିଦେବାକୁ ପରସ୍ପରକୁ ଲୋକେ ଶୁଭେଚ୍ଛା ଜଣାଉଚନ୍ତି । 
 

Sponsored
ନୂଆବର୍ଷ ୨୦୨୪, ଚଳଚଞ୍ଚଳ ଲିଙ୍ଗରାଜଙ୍କ ପୀଠ | Argus English