Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା କେବଳ ନୀଳ ରଙ୍ଗ ବୋର୍ଡରେ ସୀମିତ

Odisha

ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା କେବଳ ନୀଳ ରଙ୍ଗ ବୋର୍ଡରେ ସୀମିତ

Jitendra Dash
Browse all articles by Jitendra Dash
·2 years ago·3 min read
ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା କେବଳ ନୀଳ ରଙ୍ଗ ବୋର୍ଡରେ ସୀମିତ

ଅର୍ଗସ ବ୍ୟୁରୋ : ଗତ କାଲି ପ୍ରକାଶ ପାଇଥିବା ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ । ଅଞ୍ଜନା ଗଣଦୁଷ୍କର୍ମ ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇଥିଲେ ଏଫ୍‌ଆଇଆର୍ ଦେବା ପାଇଁ କିନ୍ତୁ ବର୍ତମାନ ପ୍ରତ୍ୟେକ ଦିନ ୧୨ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଥିଲାବେଳେ ବର୍ଷ ଶେଷରେ ମାତ୍ର ୧୨ଜଣ ଦଣ୍ଡିତ ହେବା ଦୁର୍ଭାଗ୍ୟଜନକ । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି । ୨୦୨୦ରେ ୬ହଜାର ୩୩୦ ଶିଶୁ ବିରୋଧୀ ଅପରାଧ ଘଟିବା ସହିତ ରାଜ୍ୟ ସାରା ଦେଶରେ ପଂଚମ ସ୍ଥାନରେ ଥିଲାବେଳେ ୨୦୨୧ରେ ୭ହଜାର ୮୯୯ ଓ ୨୦୨୨ରେ ୮ହଜାର ୨୪୦ ଶିଶୁ ବିରୋଧୀ ଅପରାଧ ଘଟିବା ସହ ଓଡିଶା ଷଷ୍ଠ ସ୍ଥାନରେ ପହଁଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଲି ସାହୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ହିଁ ଦାୟୀ । ଦୀର୍ଘ ୨୪ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ରହିଆସିଛନ୍ତି । ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ ଉକ୍ତ ବିଭାଗ ଜନସାଧରଣଙ୍କ ରକ୍ଷକ ହେବା ପରିବର୍ତେ ଭକ୍ଷକ ସାଜିଛି । ବେଶୀ ଦୁର୍ନୀତି ହେଉଛି ପୋଲିସ୍ ବିଭାଗରେ ପୋଲିସ୍ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର ଏଫ୍‌ଆଇଆର୍ ନରଖି ଓଲଟା ଅସଦାଚରଣ କରିବାର ନଜିର ରହିଛି । ଖାଲି ସେତିକି ନୁହେଁ, କେଉଁ କନେଷ୍ଟବଳ ଘରୁ ଭିଜିଲାନ୍ସ କୋଟି କୋଟି ଟଙ୍କା ଜବତ କଲାଣି ତ କେଉଁ ଏଏସ୍‌ଆଇ ଘରୁ ବ୍ୟାପକ ଅର୍ଥ ଜବତ କଲାଣି ତ ପୁଣି କିଏ ଗଞ୍ଜେଇ ଡ୍ରକ୍ସ ଭଳି ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଲାଣି । ଏଥିରୁ ଜଣାପଡୁଛି ଯେ, ପୋଲିସ୍ ବିଭାଗ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି ଯାହାଫଳରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଅରାଜକତା, ହିଂସା ଇତ୍ୟାଦି ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି । ଉପରୋସ୍ତ ଅଧିକାରୀମାନେ ଧନର ରାକ୍ଷସ ସାଜିଛନ୍ତି ଯାହାଫଳରେ ମହିଳା ଓ ଶିଶୁ ଅସୁରକ୍ଷିତ ହୋଇପଡିଛନ୍ତି । ଏହାର ଅନ୍ୟ ଏକ ଦିଗ ହେଉଛି ରାଜ୍ୟରେ ତମାମ୍ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ସହିତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭାଗ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାଁନ୍ତି ଯାହାଫଳରେ ଅନ୍ୟମାନେ ଅପରାଧ ଘଟାଇବାପାଇଁ ସାହସ କରୁଛନ୍ତି ବୋଲି ଶ୍ରୀମତି ସାହୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଆମେ ଦାବୀ କରୁଛୁ ଯେ, ନବୀନ ପଟ୍ଟନାୟକ ଫାଷ୍ଟ୍‌ଟ୍ରାକ୍ କୋର୍ଟ ଜରିଆରେ ନାବାଳିକାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଦୁର୍ନୀତି ଖୋର ପୋଲିସ୍ କର୍ମଚାରୀଙ୍କୁ କେବଳ ବହିଷ୍କାର କରିଦେଇ ଦାୟିତ୍ୱ ସାରି ନଦେଇ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ପୋଲିସ୍ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି କରନ୍ତୁ । ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ଉପରେ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ । କେବଳ ନୀଳ ରଙ୍ଗର ବୋର୍ଡରେ ମହିଳା ସଶକ୍ତିକରଣ ବିଜ୍ଞାପନ ଦେଇ ସରକାର ନିଜର ଆତ୍ମପ୍ରଚାର ବନ୍ଦ କରନ୍ତୁ ବୋଲି ଶ୍ରୀମତି ସାହୁ କହିଛନ୍ତି ।

Sponsored
NCRB Report- 2022 | Argus English