|
logo
Live

Argus News - କଅଁଳ ବୟସରେ ବୁଝିପାରିଲାନି ପ୍ରେମିକର ମନ, ଦେଲା ଧୋକା

Odisha

କଅଁଳ ବୟସରେ ବୁଝିପାରିଲାନି ପ୍ରେମିକର ମନ, ଦେଲା ଧୋକା

Jitendra Dash
Browse all articles by Jitendra Dash
·2 years ago·2 min read
କଅଁଳ ବୟସରେ ବୁଝିପାରିଲାନି ପ୍ରେମିକର ମନ, ଦେଲା ଧୋକା

ଅର୍ଗସ ବ୍ୟୁରୋ : ପ୍ରଥମେ କଥାବାର୍ତ୍ତା, ପରେ ପ୍ରେମ ଓ ତାପରେ ଶାରୀରିକ ସମ୍ପର୍କ । ଏବେ ଧୋକା ଦେଲା ପ୍ରେମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ । ଦଶପଲ୍ଲା ଥାନା ଲେମ୍ବୁଗୋଛା ଗ୍ରାମର ବିଶ୍ୱନାଥ କହଁର ଶ୍ରମିକ ଭାବେ କାମ କରନ୍ତି । ବର୍ଷେ ତଳେ ଦୁଇ ଜଣଙ୍କ ଦେଖାସାକ୍ଷତ ହୋଇଥିଲା ୧୪ ବର୍ଷୀୟ ନାବାଳିକାର ସହ । ପ୍ରଥମ ଦେଖାରେ ବିଶ୍ୱନାଥ ତାଙ୍କୁ ପସନ୍ଦ କରିଥିଲେ । ମିଠା ମିଠା କଥା କହି ତାଙ୍କ ମନ କିଣି ଥିଲେ । ଆଉ ନାବାଳିକା ମଧ୍ୟ ବିଶ୍ୱନାଥଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ତାପର ଦିନ ପ୍ରେମିକାକୁ ଧରି ଚମ୍ପଟ ମାରିଥିଲେ ବିଶ୍ୱନାଥ ।

ନାବାଳିକାକୁ ନେଇ ବିଶ୍ବନାଥ ବିବାହ ମଧ୍ୟ କରିଥିଲେ । ଆଉ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପତି ପତ୍ନୀଙ୍କ ହୋଇ ଗୋଟିଏ ରୁମରେ ରହୁଥିଲେ । ଦୀର୍ଘ ଦଶମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ବିଶ୍ବନାଥ । କଅଁଳ ବୟସରେ ହୋଇଥିବାରୁ ଝିଅଟି କିଛି ବୁଝି ପାରୁ ନଥିଲେ ମଧ୍ୟ ନିଜକୁ ଭାବି ସ୍ୱାମୀଙ୍କ ଆଗରେ ଉପସ୍ଥାପନ କରୁଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଦିନ ରହିବା ପରେ ବିଶ୍ବନାଥ ମନରେ ଘର କରୁଥିଲା ସନ୍ଦେହ । ଟିକେ ଟିକେ କଥାରେ କରୁଥିଲା ସନ୍ଦେହ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଉଥିଲା ଝଗଡ଼ା ।  ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଉଥିଲା ଝଗଡ଼ା । ଆଉ ସମୟ ସୁବିଧା ନିଜ ପ୍ରେମିକାକୁ ଘରୁ ବାହାର କରିଦେଇ ଥିଲେ । ପ୍ରେମିକ ଠାରୁ ଧୋକା ପଇଲା ପରେ ଘରକୁ ଫେରିଥିଲେ ପ୍ରେମିକା ଆଉ ପରିବାର ଲୋକଙ୍କ ଆଗରେ ବଖାଣି ଥିଲେ ସେ କଲା ରାତିର କରୁଣ କାହାଣୀ । ଝିଅ ଠାରୁ ସବୁ କଥା ଶୁଣିଲା ପରେ ପରିବାର ଲୋକ ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଧୋକା ବାଜ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Sponsored
କଅଁଳ ବୟସରେ ବୁଝିପାରିଲାନି ପ୍ରେମିକର ମନ, ଦେଲା ଧୋକା | Argus English