Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବୀନଙ୍କୁ ବିଜୁଙ୍କ ଗାଡି ଦେଖାଇଲେ ପାଣ୍ଡିଆନ୍‌ : ଭାଇରାଲ ହେଲା ଭିଡିଓ

Odisha

ନବୀନଙ୍କୁ ବିଜୁଙ୍କ ଗାଡି ଦେଖାଇଲେ ପାଣ୍ଡିଆନ୍‌ : ଭାଇରାଲ ହେଲା ଭିଡିଓ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନବୀନଙ୍କୁ ବିଜୁଙ୍କ ଗାଡି ଦେଖାଇଲେ ପାଣ୍ଡିଆନ୍‌ : ଭାଇରାଲ ହେଲା ଭିଡିଓ

Key Points

  • ନବୀନଙ୍କୁ ବିଜୁଙ୍କ ଗାଡ଼ି ଦେଖାଉଛନ୍ତି ପାଣ୍ଡିଆନ୍‌
  • କଳିଙ୍ଗରଥକୁ ନେଇ ବଢିଲା ଚର୍ଚ୍ଚା
  • ଭାଇରାଲ ହେଉଛି ଭିଡିଓ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ରଥ ଗାଡି ଦେଖାଇଲେ । ଆଉ ଗାଡି ଦେଖି ବେଶ୍‌ ଖୁସି ହେଉଛନ୍ତି ମୁଖ୍ୟମନ୍ତ୍ରୀ । କାରଣ କଳିଙ୍ଗରଥ ଏମିତି ଏକ ଗାଡି ଯେଉଁଥିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବସି ନିର୍ବାଚନ ପ୍ରଚାର କରୁଥିଲେ । ତାଙ୍କ ଦେହାନ୍ତ ପରେ ଏବେ କଳିଙ୍ଗରଥ ଗାଡିକୁ ନେଇ କିନ୍ତୁ ଚର୍ଚ୍ଚା ବଢିଛି ।

ଗାଡି ନମ୍ବର OR-U-5867 । ଏ ଗାଡି ହିଁ ବିଜୁଙ୍କର ପ୍ରିୟ ଥିଲା । ନିର୍ବାଚନ ପ୍ରଚାର ବେଳେ ଏହି ଗାଡିରେ ବସି ବୁଲିଥିଲେ ବିଜୁ ବାବୁ । ୧୯୫୮ ରହୁ ୧୯୯୦ ପର୍ଯ୍ୟନ୍ତ ଏହି ଗାଡିରେ କେତେ ସ୍ମୃତି ଭରି ହୋଇ ରହିଛି । ହେଲେ ବିଜୁ ଯିବା ପରେ କାହିଁକି ହଠାତ୍‌ କଳିଙ୍ଗ ରଥକୁ ନେଇ ଚର୍ଚ୍ଚା ବଢିଲା ? ଏତେ ଦିନ ଯାଏ ଗାଡି ଥିଲା କେଉଁଠି ? ଗାଡି ସମ୍ପର୍କରେ ନବୀନ ଅବଗତ ଥିଲେ ତ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି ।

ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ କେମିତି ବିଜେଡିର ଭୋଟ୍‌ ବ୍ୟାଙ୍କ ବଢିବ ସେନେଇ ଚିନ୍ତାରେ ନୀବନ ଓ ପାଣ୍ଡିଆନ୍‌ । ସ୍ଵେଚ୍ଛାକୃତ ଅବସର ପରେ ବିଜେଡିରେ ସାମିଲ ହୋଇସାରିଛନ୍ତି ପାଣ୍ଡିଆନ୍‌ । ତେଣୁ ଆଗାମୀ ନିର୍ବାଚନକୁ ନିଜସ୍ଵ ଢଙ୍ଗରେ ପରିଚାଳନା କରିବେ ବୋଲି ଏବେ ସବୁଠି ଚର୍ଚ୍ଚା ଥିବା ବେଳେ ଭୋଟରଙ୍କ ଦୃଷ୍ଟି ଆକର୍ଷଣ ଲାଗି ବିଜୁଙ୍କ ଗାଡିକୁ ନବୀନଙ୍କୁ ପାଣ୍ଡିଆନ ଦେଖାଉଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Education Next Season 5
Sponsored
Naveen Patnaik | Argus English