ନାଫେଡ୍ ବାଣ୍ଟୁଛି ପିଆଜ

ଭୁବନେଶ୍ୱର: ଏଇଠି ପିଆଜ ଦର 25 ଟଙ୍କା । 40 କ୍ୱିଣ୍ଟାଲ ପିଆଜ ଆସିଥିଲା । ଦର 25 ଟଙ୍କା ଶୁଣି ହଠାତ୍ ଯିଏ ଯେଉଁଠି ଥିଲେ ଧାଇଁ ଆସିଲେ । ମାତ୍ର 2 ରୁ 3 ଘଣ୍ଟା ମଧ୍ୟରେ 40 କ୍ୱିଣ୍ଟାଲ୍ ପିଆଜ ସରିଗଲା ।
ପ୍ରକୃତରେ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ନାଫେଡ୍ ବାଣ୍ଟୁଛି ପିଆଜ । କେନ୍ଦ୍ର ସରକାରଙ୍କ ନାଫେଡ୍ (ନ୍ୟାସନାଲ ଏଗ୍ରିକଲଚର କୋପୋରେଟିଭ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ) ସଂସ୍ଥା ପକ୍ଷରୁ ୨୫ ଟଙ୍କା ଦରରେ ଖାଉଟିଙ୍କୁ ଦିଆଯାଉଛି ପିଆଜ । ମୁଣ୍ଡ ପିଛା ୨ କିଲୋ ଲେଖାଏଁ ପିଆଜ ନାଫେଡ ପକ୍ଷରୁ ଦିଆଯାଉଛି । ଫଳରେ କମ ଦରରେ ପିଆଜ ନେବା ପାଇଁ ନାଫେଡ ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।
ଏବେ ପିଆଜ ଦର ଆକାଶ ଛୁଆଁ । ଖୋଲା ବଜାରରେ ଦର କେଜି ପ୍ରତି ୭୦ ଟଙ୍କା ଥିବାବେଳେ ଖାଉଟି ଉପରେ ଏବେ ଚଡ଼କ ପଡ଼ିଛି । କାର୍ତ୍ତିକ ମାସରେ ପିଆଜ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ସେପଟେ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି ନାଫେଡ୍ ।
📱 Get Argus News App
✨କାର୍ତ୍ତିକ ମାସରେ ଆକାଶ ଛୁଆଁ ପରିବା ଦର । ବାହାର ରାଜ୍ୟରୁ ପରିବା ଆମଦାନୀ ବଢିବା ଯୋଗୁଁ ପରିବା ଦର ମଧ୍ୟ ବଢିବାର କାରଣ ପାଲଟିଛି । ଫଳରେ ହନ୍ତସନ୍ତ ହେଉଛନ୍ତି ଖାଉଟି । ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଖାଉଟି ଓ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ଦାୟୀ କରିଛି କଂଗ୍ରେସ ଓ ବିଜେପି ।
ରାଜ୍ୟ ସରକାର ପିଆଜ ମିଶନ, ଆଳୁ ମିଶନ ଘୋଷଣା କରିଥିଲେ । ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପିଆଜ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯିବା ସହିତ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିଲେ । ହେଲେ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି ।