|
logo
Live

Argus News - ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ

Odisha

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ

Jitendra Dash
Browse all articles by Jitendra Dash
·2 years ago·2 min read
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ

ଅର୍ଗସ ବ୍ୟୁରୋ : ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ବିଦ୍ୟାଳୟରେ ପଞ୍ଚମ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ଆଜି ରାତିରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ରହିଥିବା ସୂଚନା ମିଳିଛି । ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳର ଏହି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି। ପୀଡ଼ିତାଙ୍କ ବାପା ଆଜି ଅପରାହ୍ନରେ ଏତଲା ଦେବାରୁ କୁନ୍ଦେଇ ଥାନା ପୁଲିସ ତନାଘନା ଜାରି ରଖିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ୭ ତାରିଖ ଦିନ ପୀଡ଼ିତାଙ୍କ ସହ ଦୁଇ ଶିକ୍ଷକ ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ସହ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସଂପର୍କରେ ଘରେ କାହାକୁ କିଛି କହିନଥିଲେ । ତେବେ ଗତକାଲି ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଷ୍କର୍ମ ସଂପର୍କରେ ଆଦୌ ମୁହଁ ଖୋଲି ନଥିଲେ । ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ପେନ୍‌ କିଲର ଆଣି ଖାଇବାକୁ ଦେଇଥିଲେ । ପୁଣି ଆଜି ସକାଳେ ପୁଣି ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନିଆଯାଇଥିଲା । ପେନ୍‌ କିଲର୍‌ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ଯ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା । ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ଦୁଷ୍କର୍ମ ହୋଇଥିବା ପ୍ରକାଶ କରିଥିଲେ । ତୁରନ୍ତ ଏ ବିଷୟରେ ଡାକ୍ତରଙ୍କୁ ଅବଗତ କରାଯିବା ସହ କୁନ୍ଦେଇ ପୁଲିସକୁ ଘଟଣା ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲିଖିତ ଏତଲା ଦେବାରୁ ପୁଲିସ ଅଭିଯୋଗକୁ ରଖି ଦୁଇ ଶିକ୍ଷକଙ୍କୁ ଥାନାକୁ ଡକାଇ ଅଟକ ରଖିଛି । ପରବର୍ତ୍ତୀ ସମୟରେ ପୀଡ଼ତାଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ପଠାଯାଇଥିଲା । ରାତି ପ୍ରାୟ ୮ଟାରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଘଟଣା ସଂକ୍ରାନ୍ତରେ ପୀଡ଼ିତାଙ୍କ ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଆଦୌ ମୁହଁ ଖୋଲୁନାହାନ୍ତି । ଶେଷ ଖବର ସୁଦ୍ଧା କୁନ୍ଦେଇ ଥାନା ଆଇଆଇସି ଏବଂ ହାଟଭରଣ୍ଡି ଡାକ୍ତରଖାନା ଚିକିତ୍ସାଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ତଦନ୍ତରୁ ଠୋସ୍‌ ପ୍ରମାଣ ମିଳିଲେ ଦୁଇ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଛି ।

Sponsored
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ | Argus English