Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ମୁଷ୍କାନ 

Odisha

 କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ମୁଷ୍କାନ 

Manini Pattanayak
Browse all articles by Manini Pattanayak
·2 years ago·1 min read
 କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇଲା ମୁଷ୍କାନ 

ନୂଆପଡ଼ା: ଆଲୋକର ପର୍ବ ଦୀପାବଳି ।  ଦୀପାବଳି  ପାଇଁ ଲୋକଙ୍କ ମନରେ କାହିଁ କେତେ ଖୁସି ଆଉ କେତେ ଆନନ୍ଦ । କିନ୍ତୁ ଏମିତି ବି ଲୋକ ଅଛନ୍ତି ଅର୍ଥ ଅଭାବ ଯୋଗୁଁ ସେମାନେ ଦୀପାବଳୀକୁ ପାଳନ କରିନଥାନ୍ତି । ଏହି ଭଳି ମୁହୂର୍ତ୍ତରେ  କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗକୁ ଆସିଛି ଖରୀଆର ରୋଡ ସେବା ସମିତି । ମୁସ୍କାନ ନାମକ କାର୍ଯ୍ୟକ୍ରମ କରି ମିଠା , ବାଣ, ଦୀପ ଭଳି ବିଭିନ୍ନ ସାମଗ୍ରୀ ଦେଇଛନ୍ତି ।
ଆଜକୁ ସାତ ବର୍ଷ ହେବ ଜାରି ରଖିଛନ୍ତି ମୁଷ୍କାନ କାର୍ଯ୍ୟକ୍ରମ ।

ମିଠା, ଦୀପ , ବାଣ ଭଳି ସାମଗ୍ରୀ ପାଇ ପିଲା ମାନେ ମଧ୍ୟ ବେସ୍‌  ଖୁସି। ସ୍ଥାନୀୟ ସହର ର ଯୁବକ ନିଶାନ୍ତ ଡାଗା ଏବଂ ପତ୍ନୀ ନେହା ଡ଼ାଗା ପ୍ରତ୍ୟେକ ପଡ଼ା କୁ ଯାଇ ବାଣ୍ଟୁଛନ୍ତି ବିଭିନ୍ନ ସାମଗ୍ରୀ । ପ୍ରତିବର୍ଷ ଏହିପରି ଭାବେ ଆମେ ଦୀପାବଳି ପାଳନ କରୁଛୁ ବୋଲି କହିଛନ୍ତି ଏହି ଦମ୍ପତି । ଖରୀଆର ରୋଡ ସହର ବନକା ଠାରେ ଆୟୋଜିତ ହୋଇଥିବା ଏହି ମୁସ୍କାନ କାର୍ଯ୍ୟକ୍ରମ ରେ ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ ।ଏହି ପରି କାର୍ଯ୍ୟକ୍ରମ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ । ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ । ତେବେଏହି ଭଳି ମହତ କାମ କୁ ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They organized a program called Muskan and gave various items like sweets, arrows, lamps. | Argus English