|
logo
Live

Argus News - ସମଲିଙ୍ଗୀ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

Odisha

ସମଲିଙ୍ଗୀ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

Smruti Parija
Browse all articles by Smruti Parija
·2 years ago·1 min read
ସମଲିଙ୍ଗୀ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ । 

ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ନାମକ ଜଣେ ଯୁବକ ଏକ ରାମ ନାଟକ ଯାତ୍ରାରେ ଅଭିନୟ କରିବା ପାଇଁ ଚନ୍ଦନପୁର ଅଞ୍ଚଳର ସୋମନାଥ ନାମକ ଜଣେ ତୃତୀୟଲିଙ୍ଗିକୁ ଆଣି ନିଜ ଘରେ ରଖିଥିଲେ । ତା ସହ ଶାରିରୀକ ସଂପର୍କ ରଖିଥିଲେ । 

ରଶ୍ମିରଞ୍ଜନର ସୋମନାଥ ସହିତ ପ୍ରେମ ବିଚ୍ଛେଦ ହେବାରୁ ଜାନୁଆରୀ ୨ ତାରିଖ ଦିନ ରଶ୍ମିରଞ୍ଜନର ପରିବାର ଲୋକେ ଘରେ ନଥିବା ସୁଯୋଗ ପାଇ ରଶ୍ମିରଞ୍ଜନଙ୍କୁ ଏକୁଟିଆ ପାଇ ଘର ଭିତରେ ତୃତୀୟଲିଙ୍ଗି ସୋମନାଥଲାଥ ଲୁହା ରଡରେ ଆକ୍ରମଣ କରିଥିଲା । ପରେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ସୋମନାଥ ତାଙ୍କ ଘରୁ ଟଙ୍କା ସହିତ କିଛି ସୁନା ଅଳଙ୍କାର ଲୁଟ୍ କରି ମୋଟର ସାଇକେଲ ନେଇ ଫେରାର ହୋଇଯାଇଥିଲା । ରଶ୍ମିରଞ୍ଜନଙ୍କ ମାଆ ଏନେଇ ଜଂକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୋମନାଥକୁ ଧରିବା ପାଇଁ ପୋଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ଯାଗାରେ ଚଢ଼ାଉ ଜାରି ରଖିଥିଲା । ଶେଷରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଛି ପୋଲିସ । ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ ଅପରାଧ ଖବର...

Sponsored
ସମଲିଙ୍ଗୀ ସମ୍ପର୍କକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ | Argus English