ରାଜସ୍ୱ ଜମି ପଟ୍ଟା ଦାବିରେ ସାଲିଆ ସାହି ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ସାଲିଆ ସାହି ବସ୍ତି ବାସିନ୍ଦା-ପୋଲିସ ଧସ୍ତାଧସ୍ତି । ସାଲିଆ ସାହି ବାସିନ୍ଦାଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବିଧାନସଭା ଅଭିମୁଖେ ଯିବାବେଳେ ପୋଲିସ ଅଟକାଇବାରୁ ପୋଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ ହେଉଛି । ବିଜୁପଟ୍ଟନାୟକ କଲେଜ ରାସ୍ତାରେ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଛି । ସାଲିଆ ସାହିରେ ଏପର୍ଯ୍ୟନ୍ତ ସର୍ଭେ ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି । ବିଜୁ ପଟ୍ଟନାୟକ କଲେଜ ରାସ୍ତାରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି ।
ସାଲିଆ ସାହି ବସ୍ତି ବାସିନ୍ଦାଙ୍କୁ ରାଜସ୍ୱ ଜମି ପଟା ଏବଂ ଜଙ୍ଗଲ ଅଧିକାର ଆଇନ ଲାଗୁ ଦାବିରେ ସେମାନେ ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୋଲିସ ଅଟକାଇବାରୁ ରାସ୍ତା ବନ୍ଦ ରଖିଛନ୍ତି ସାଲିଆ ସାହି ବସ୍ତି ବାସିନ୍ଦା । 5000ରୁ ଉର୍ଦ୍ଧ୍ବ ଲୋକ ରାସ୍ତା ବନ୍ଦ କରିବା ସହ ରାସ୍ତା ଉପରେ ବସି ରହିଛନ୍ତି । ସେମାନଙ୍କ ଦାବି ପୂରଣ ନହେଲେ ରାସ୍ତାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ହାତରେ ଧନୁ ତୀର ଧରି ଆନ୍ଦୋଳନରେ ବସିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...