|
logo
Live

Argus News - 2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍

Odisha

2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍

Key Points

ସୁଭଦ୍ରାରେ ଯୋଡ଼ି ହେଉଛନ୍ତି ବାଦ୍ ପଡ଼ିଥିବା ହିତାଧିକାରୀ
ଅପ୍ଟ ଇନ୍‌ କଲେଣି ୧୭ ହଜାର ମହିଳା
୩୧ ହଜାର ହୋଇଥିଲେ ଅପ୍ଟ ଆଉଟ୍
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା, ବାକି ଅଛନ୍ତି ଆହୁରି ୧୪ ହଜାର
ଚଳିତ ମାସ ଶେଷରେ ମିଳିବ ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା
2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଚଳିତ ମାସ ଶେଷ ସୁଦ୍ଧା ମିଳିବ ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତି ଟଙ୍କା। ଅପ୍ଟ ଆଉଟ୍ କରିଥିବା ମୋଟ 17 ହଜାର ମହିଳାଙ୍କ ମଧ୍ୟରୁ 17 ହଜାର ଅପ୍ଟ ଇନ୍ କରିସାରିଲେଣି। ଆହୁରି 14 ହଜାର ବାକି ଅଛନ୍ତି। ଏମାନେ ଆୟକର ବର୍ଗର ହୋଇ ଥାଇପାରନ୍ତି । ତେବେ ୨ ଲକ୍ଷରୁ ଅଧିକ ଆବେଦନକାରୀ ଏବେ ବି କେୱାଇସି ଅପଡେଟ କରିନାହାନ୍ତି । ଯଥାଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସିଧାସଳଖ ଆକାଉଣ୍ଟକୁ ଆସୁଥିବା ଏହି ଟଙ୍କା ରାଜ୍ୟର ମହିଳାଙ୍କୁ ଦେଇଛି ନୂଆ ପରିଚୟ ଓ ବଢ଼ାଇଛି ମନୋବଳ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ଆର୍ଥିକ କ୍ଷେତ୍ରରେ ବି ସଶକ୍ତ କରିଛି ସୁଭଦ୍ରା । କିଏ ସିଲେଇ ମେସିନ କିଣି ତ କିଏ ତେଜରାତି ଦୋକାନ କରି ରୋଜଗାରକ୍ଷମ ହେଉଛନ୍ତି। ପୂର୍ବ ଭଳି ମହାଜନୀ କି ସୁଧ କାରବାର ନୁହେଁ ବରଂ ନିଜକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛନ୍ତି ମହିଳାମାନେ । କୋଟିଏରୁ ଅଧିକ ହିତାଧିକାରୀଙ୍କୁ ଲାଭାନ୍ବିତ କରୁଥିବା ଯୋଜନା ହେଉଛି ସୁଭଦ୍ରା । ଯାହା ନାରୀ ସଶକ୍ତିକରଣ ଦିଗରେ ପାଲଟିଛି ବଡ଼ ଅସ୍ତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 ଲକ୍ଷରୁ ଅଧିକ ଏବେ ବି କରିନାହାନ୍ତି KYC ଅପଡେଟ୍ | Argus English