|
logo
Live

Argus News - କିଏ ୧୭ ବର୍ଷ ଚାକିରି କରିସାରିଲାଣି ତ କିଏ ୨୨ ବର୍ଷ, ହେଲେ ବିଭାଗ ସବୁ ଜାଣି ମଧ୍ୟ ଅଜଣା

Odisha

କିଏ ୧୭ ବର୍ଷ ଚାକିରି କରିସାରିଲାଣି ତ କିଏ ୨୨ ବର୍ଷ, ହେଲେ ବିଭାଗ ସବୁ ଜାଣି ମଧ୍ୟ ଅଜଣା

Banajyotshna Ray
Browse all articles by Banajyotshna Ray
·2 years ago·2 min read
କିଏ ୧୭ ବର୍ଷ ଚାକିରି କରିସାରିଲାଣି ତ କିଏ ୨୨ ବର୍ଷ, ହେଲେ ବିଭାଗ ସବୁ ଜାଣି ମଧ୍ୟ ଅଜଣା

ଅର୍ଗସ ବ୍ୟୁରୋ:  ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାରେ ଜାଲ ସାର୍ଟିଫିକେଟରେ ଚାକିରି କରୁଛନ୍ତି ମାଳମାଳ ଶିକ୍ଷକ | କିଏ ୧୭ବର୍ଷ ଚାକିରି କରିସାରିଲାଣି ତ କିଏ ପୁଣି ୨୨ ବର୍ଷ | ହେଲେ ବିଭାଗ ସବୁ ଜାଣି ମଧ୍ୟ ସାଜିଛି ଅଜଣା | ବାରମ୍ବାର ସାର୍ଟିଫିକେଟ ଭେରିଫିକେଶନ ନାମରେ ଚାଲିଛି ପ୍ରହସନ | ଜାଲ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କଠାରେ ଦୁଇ ଦୁଇ ଥର ଲିଖିତ ଅଭିଯୋଗ ପରେ ମଧ୍ୟ  ହେଉନି କୌଣସି କାର୍ଯ୍ୟାନୁଷ୍ଠାନ | ଚେଇଁ ଶୋଇଛି ପ୍ରଶାସନ | ଏପଟେ ମୋଟା ଅଙ୍କର ଦରମା ନେଇ ମଉଜ କରୁଛନ୍ତି ନକଲି ଶିକ୍ଷକ।

ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଶିକ୍ଷା ବିଭାଗର କଥା | ଏଠାରେ ଅନେକ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା "ଅର୍ଗସ" ହାତରେ ଲାଗି ଚାଞ୍ଚଲ୍ୟକର ତଥ୍ୟ | ଏହି ବ୍ଲକରେ ଚାକିରି କରୁଥିବା ୫ଜଣ ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ ଜାଲ ବୋଲି ସୂଚନା ଅଧିକାର ତଥ୍ୟରୁ ସ୍ପଷ୍ଟ ହୋଇଛି | ଉକ୍ତ ୫ଜଣ ନକଲି ଶିକ୍ଷକଙ୍କ ନାମରେ ଗତ ବର୍ଷ ମେ ମାସରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ହେଲେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପ୍ରାରମ୍ଭିକ ତଦନ୍ତ ମଧ୍ୟ ଆରମ୍ଭ ହୋଇନି |

ଆସନ୍ତୁ ଆଖି ପକାଇବା ଜାଲ ସାର୍ଟିଫିକେଟ ଧାରୀ ଶିକ୍ଷକମାନଙ୍କ ଉପରେ | ଶୁଳିଆପଦା ବ୍ଲକର କାଣିମହୁଲି କଷ୍ଟର ପୂର୍ବତନ ସିଆରସିସି ତଥା ଝାଲିଆମରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେଉଛନ୍ତି ବ୍ୟୋମକେଶ ଦତ୍ତ | ସେ ୨୦୦୫ ମସିହାରୁ ଶିକ୍ଷକ ଚାକିରି କରିଆସୁଛନ୍ତି | ସେ ୧୭ ବର୍ଷ ଚାକିରି କରି ସାରିଲେଣି | ଆଉ ୨ ମାସ ପରେ ସେ ଅବସର ନେବେ | ହେଲେ ଦେଖନ୍ତୁ ତାଙ୍କର ବିଇଡି ସାର୍ଟିଫିକେଟ | ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୯୪ ମସିହାରେ ବିଇଡି ପାଶ କରିଥିବା ଏଥିରେ ଉଲ୍ଲେଖ ରହିଛି କିନ୍ତୁ RTI ତଥ୍ୟ କହୁଛି ରେଜଲ୍ଟ ମିସମେଚ | ଅର୍ଥାତ ଟେବୁଲେସନ ରେଜିଷ୍ଟାର ସହ ମିଶୁନାହିଁ | କିନ୍ତୁ ବାରମ୍ବାର ସାର୍ଟିଫିକେଟ ଭେରିଫିକେସନ ପରେ ମଧ୍ୟ ସେ ପ୍ରତିଥର ଖସି ଯାଉଛନ୍ତି  |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପ୍ରଶ୍ନ ଉଠୁଛି ବିଇଓ ମାଳତୀ ଟୁଡୁଙ୍କ ଅଫିସ ତରଫରୁ ବାରମ୍ବାର ସାର୍ଟିଫିକେଟ ଯାଞ୍ଚ ପରେ ମଧ୍ୟ ଏତେ ସଂଖ୍ୟକ ଶିକ୍ଷକ କିପରି ଦୀର୍ଘବର୍ଷ ଧରି ଜାଲ ସାର୍ଟିଫିକେଟରେ ଚାକିରି କରିଆସୁଛନ୍ତି ? ବିଭାଗୀୟ ଅଧିକାରୀମାନେ ତାହା ଜାଣି ପାରୁନାହାଁନ୍ତି କିପରି ? ନା ସବୁ ଜାଣି ଚୁପ ରହୁଛନ୍ତି ?

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
କିଏ ୧୭ ବର୍ଷ ଚାକିରି କରିସାରିଲାଣି ତ କିଏ ୨୨ ବର୍ଷ, ହେଲେ ବିଭାଗ ସବୁ ଜାଣି ମଧ୍ୟ ଅଜଣା | Argus English