Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଲେ ସାର ଦୋକାନୀ

Odisha

ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଲେ ସାର ଦୋକାନୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିଲେ ସାର ଦୋକାନୀ

ଅର୍ଗସ ବ୍ୟୁରୋ:  କାହା ନା ରେ ସାଇବର ଠକେଇ ଅଭିଯୋଗ ତ କାହା ଏକାଉଣ୍ଟ୍ ରୁ ହେଇଛି ଟଙ୍କା ହେରଫେର୍ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ନହରା ପଞ୍ଚାୟତର ୪୦ ରୁ ଅଧିକ ଚାଷୀଙ୍କ ସହିତ ଏଭଳି ସ୍କାମ ହୋଇଥିବା ଅଭିଯୋଗ। ରାଉତ ମନ୍ଦାରୁଣୀ ଗ୍ରାମର ବିଜୟ କୁମାର ଶୂର ନିଜ ଗ୍ରାମରେ ଦୀର୍ଘ ୭ ବର୍ଷ ହେଲା ସାର ଓ କୀଟନାଶକ ଦୋକାନ କରିଥିଲେ ।  ସାର ରହାତିରେ ମିଳିବ ବୋଲି କହି ସାର ଦୋକାନୀ ବିଜୟ , ଚାଷୀଙ୍କ ଠାରୁ ଆଧାରକାର୍ଡ , ଫଟୋ ନେଇ ବିଭିନ୍ନ ବ୍ୟାଙ୍କରେ ପାସବୁକ ଖୋଲିଥିଲେ । ବ୍ୟାଙ୍କରେ ଖାତା ଖୋଲିବା ସମୟରେ ଚାଷୀଙ୍କ ମୋବାଇଲ୍ ନମ୍ବର ବଦଳରେ ନିଜର ଏବଂ ନିଜ ସମ୍ପର୍କୀୟଙ୍କ ମୋବଇଲ୍ ନମ୍ବର ଦେଇଥିଲେ । ଗରିବ ଚାଷୀଙ୍କ ସରଳତାର ସୁଯୋଗ ନେଇ ଚାଷୀଙ୍କ ଜମା ଖାତାରେ ଲକ୍ଷାଧିକ ଟଙ୍କା କାରବାର କରିଛନ୍ତି ।

ଝାଟୁ ମାରାଣ୍ଡିଙ୍କ ଜମା ଖାତାରେ ୧୦ଲକ୍ଷ ୩୨ ହଜାର ୮୩୫ଟଙ୍କା , କାର୍ତ୍ତିକ ବାରିକଙ୍କ ଜମା ଖାତାରେ ୨୦ ଲକ୍ଷ ୪୦ହଜାର ୧୪୦ ଟଙ୍କା ଋଣ ହୋଇଥିବା ବେଳେ ଋଣ ପରିଷୋଧ ହୋଇନଥିବାରୁ ନଭେମ୍ବର ୧୫ ତାରିଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ନୋଟିସ୍ ହୋଇଥିଲା । ନୋଟିସ ଆସିବା ପରେ ଚାଷୀଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା । ସେ କୌଣସି ବ୍ୟାଙ୍କକୁ ଯାଇନଥିବା  ବେଳେ ତାଙ୍କ ନାଁରେ ଏତେ ଟଙ୍କା କେମିତି ରଣ ହେଲା ବୋଲି ସେମାନେ ଚକିତ ହୋଇଯାଇଥିଲେ । ସେମାନେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବ୍ୟାଙ୍କକୁ ଯାଇଥିଲେ । ସେଠାରୁ ଯାହା ଜଣିଲେ ସେମାନେ ଠକେଇର ଶିକାର ହୋଇଛନ୍ତି ।  ଏଭଳି ଘଟଣା ଜଣାପଡ଼ିବା ପରେ ଚାଷୀମାନେ  କମର୍ଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିଭିକରି ତଦନ୍ତ ଆରମ୍ଭ କରିଛି । ତେବେ ସାର ଦେକାନି ଏବେ ଫେରାର୍ ହୋଇଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଟଙ୍କା ହେରଫେରରେ କାହାର ରହିଛି ସଂପର୍କ ? ଏତେ ଟଙ୍କା ଟ୍ରାନଜେକସନ ଲୁଟ୍ ଠକେଇ ବ୍ୟାଙ୍କ କତୃପକ୍ଷ ଜାଣିପାରିଲେନି କେମିତି । ନା ବ୍ୟାଙ୍କ କତୃପକ୍ଷ ର ରହିଛି କି ଠକେଇ ପଛରେ ହାତ ?  ତେବେ ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଘୋଟଣାର ସତ୍ୟା ସତ୍ୟ ଆଣିବାକୁ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Money laundering beyond the limit from the farmer's account | Argus English