|
logo
Live

Argus News - ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ

Odisha

ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ

Smruti Parija
Browse all articles by Smruti Parija
·2 years ago·2 min read
ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ

ଅର୍ଗସ ବ୍ୟୁରୋ: ବଲାଙ୍ଗୀରରେ ଜବତ ଟଙ୍କାର ଗଣତି ସରିଲା । ମିଳିଲା 300 କୋଟି । 50 କର୍ମଚାରୀ ଟଙ୍କା ଗମାରେ ନିୟୋଜିତ ଥିଲେ । 5 ଦିନ ହେଲା ଚାଲିଥିଲା ଗଣତି । ଗଣତିରେ ଲାଗିଥିଲା 25 ମେସିନ । ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ବଲାଙ୍ଗୀର ଏସବିଆଇ ମୁଖ୍ୟଶାଖାରେ ୧୭୬ ବସ୍ତାକୁ ଗଣିଲେ କର୍ମଚାରୀ । 

ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମଦ ବେପାରୀ ଦୀପକ ସାହୁ ଓ  ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଛି ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଟୁକୁନି ସାହୁଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ?  ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି।

ସେହିପରି  ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତାଙ୍କର ଏହି ମାମଲାରେ ସଂପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି। ଅନ୍ୟପଟେ ରେଡରେ ଜବତ ଲାଲ ଡାଏରୀକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେହି ଲାଲ୍ ଡାଏରୀରେ ଲୁଚିଛି କି ବଡ ସତ ?  କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ  ? ଲାଲ ଡାଏରୀରେ ଲୁଚିଛି ଏହି ସବୁ ପ୍ରଶ୍ନର ଉତ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗଣତିରେ ଲାଗିଥିଲେ 50 କର୍ମଚାରୀ, 25 ମେସିନ | Argus English