|
logo
Live

Argus News - ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

Odisha

ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫପିଓ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ କନକ୍ଲେଭ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଠାରେ ନାବାର୍ଡ ପକ୍ଷରୁ କୃଷକ ଉତ୍ପାଦ ସଂଗଠନ (ଏଫପିଓ) ଓ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦକ୍ଷତା ବୃଦ୍ଧି କରି ସଶକ୍ତିକରଣ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି ।

ଓଡ଼ିଶାରେ ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସାୟ ପାଇଁ ବ୍ୟୟବରାଦ ୨୦୧୪ରେ ୧୩ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହି ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏଫପିଓ ଏବଂ ଏସଏଚଜିଙ୍କୁ କମ୍ ସୁଧରେ ତଥା ନାମକୁ ମାତ୍ର ଋଣ ପ୍ରଦାନ କରିବା ବହୁତ ସହଜ ହୋଇଛି । ମୋଦି ସରକାର ଏସଏଚଜି ଭଉଣୀଙ୍କୁ ୧୧ ପ୍ରତିଶତ ସୁଧରେ ଦେଉଥିବା ଋଣର ୭ ପ୍ରତିଶତ ପରିଶୋଧ କରୁଥିବା ବେଳେ ସ୍ଥାନୀୟ ସରକାର ୪ ପ୍ରତିଶତ ପରିଶୋଧ କରୁଛନ୍ତି । ଋଣ ନେଉଥିବା ଏସଏଚଜି ଗ୍ରୁପମାନେ ବ୍ୟବସାୟକୁ ବଢାଇ  ସ୍ୱାବଲମ୍ବୀ ହେବା ପାଇଁ ଋଣ ଅର୍ଥ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି।    

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଗରିବ, ମହିଳା, ଚାଷୀ ପ୍ରାଥମିକତାରେ ଅଛନ୍ତି । ଓଡ଼ିଶାରେ ପ୍ରତି ବର୍ଷ ୩୩ ଲକ୍ଷ ଚାଷୀ ମାନଙ୍କ ପରିବାରକୁ ପିଏମ କିଷାନ ସମ୍ମାନ ନିଧି ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ଫସଲ ବୀମା ବାବଦରେ ୫ ହଜାର କୋଟି ମିଳୁଛି । ଓଡ଼ିଶାରେ ୪୦୦ଟି ଏଫପିଓ କାମ କରୁଛନ୍ତି । ଭାରତ ସରକାରଙ୍କ  ନାବାର୍ଡ ପ୍ରତିବର୍ଷ ମାତ୍ର ୫ ପ୍ରତିଶତ ରୁ ୬ ପ୍ରତିଶତ ସୁଧରେ ଓଡ଼ିଶା ସରକାରଙ୍କୁ ଗ୍ରାମାଞ୍ଚଳରେ ବିକାଶମୂଳକ କାମ ପାଇଁ  ଋଣ ଦେଉଛି । ଗରିବ ଘରୁ ଆସୁଥିବା ଲୋକମାନଙ୍କ କମ୍ପାନୀ ତିଆରି କରିବାର ସ୍ୱପ୍ନ ସାକାର ହେଉଛି । ୨ କୋଟି ଲକ୍ଷପତି ଦିଦି ବନାଇବାର ଯୋଜନା ହୋଇଛି । ମୋଦିଜୀ ଆଜି ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ  ଭୋକାଲ ଫର୍ ଲୋକାଲର ବଡ଼ ଆମ୍ବାସେଡର ହୋଇଛନ୍ତି । ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ।  ଏହି ଅବସରରେ ଏଫପିଓ ତଥା ଏସଏଚଜିର ମାଆ ଭଉଣୀ ମାନଙ୍କୁ ସେମାନଙ୍କର ବ୍ୟବସାୟ ବଢାଇବା ପାଇଁ ଶ୍ରୀ ପ୍ରଧାନ ନାବାର୍ଡ ପକ୍ଷରୁ ଋଣ ପ୍ରଦାନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର | Argus English