|
logo
Live

Argus News - ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି ମୋଦି ସରକାର : ମହେଶ୍ୱର ସାହୁ

Odisha

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି ମୋଦି ସରକାର : ମହେଶ୍ୱର ସାହୁ

Jitendra Dash
Browse all articles by Jitendra Dash
·2 years ago·3 min read
ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି ମୋଦି ସରକାର : ମହେଶ୍ୱର ସାହୁ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରର ଗତ ୯ ବର୍ଷ ଶାସନକାଳରେ ଅନେକ କୃଷି ଓ କୃଷକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ୨୦୧୩-୧୪ ବଜେଟ୍‌ରେ ଚାଷୀଙ୍କ ପାଇଁ ମାତ୍ର ୨୧,୯୩୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ମୋଦି ସରକାର ୨୦୨୩-୨୪ ଆର୍ôଥକ ବର୍ଷରେ ୧,୨୫,୦୩୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ମୋଦିଜୀ ଚାଷୀମାନଙ୍କ ପାଇଁ ସବୁ ଫସଲ ଉପରେ ଏମ୍‌ଏସ୍‌ପିରେ ଅଭୂତପୂର୍ବ ବୃଦ୍ଧି, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ବାର୍ଷିକ ୬ ହଜାର ଟଙ୍କା ଆର୍ôଥକ ସହାୟତା, ପିଏମ୍ ଫସଲ ବୀମା ଯୋଜନାରେ ବର୍ଷବ୍ୟାପି ଫସଲ ସୁରକ୍ଷା ସୁନିଶ୍ଚିତ, କିଷାନ ରେଳ ସେବା, କିଷାନ କ୍ରେଡିଟ୍ କାର୍ଡ, ଇ-ନାମ, ମେଗା ଫୁଡ ପାର୍କ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି, କୃଷି ଭିତିଭୂମି ପାଣ୍ଠି, ମିଲେଟ ମିଶନ, ପିଏମ୍‌କେଏସ୍‌କେ, ପୋଷଣୀୟ କୃଷିଭିତିକ ଚାଷ, ସଏଲ ହେଲଥ୍ କାର୍ଡ, ହଳଦୀ ବୋର୍ଡ, ଡବ୍ଲୁବିସିଆଇଏସ୍‌, ସିପିଆଇଏସ୍‌, ସାରର ବିତରଣ ଓ ରିହାତି ସୁବିଧା, ମହୁ ମିସନ, ପିଏମ୍ କିଶାନ ମନଧନ ଯୋଜନା, ପ୍ରାଇମେରୀ କୃଷି କ୍ରେଡିଟ୍ ସୋସାଇଟ୍‌, ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି, ବାଉଁଶ ମିଶନ, ଫସଲ ସୁରକ୍ଷା ଯୋଜନା, ନାନୋ ୟୁରିଆର ବ୍ୟବହାରିକରଣ ଯୋଗାଇ ଦେଇଛନ୍ତି । କିନ୍ତୁ ଭ୍ରଷ୍ଟାଚାରୀ, ଅପରାଗ ରାଜ୍ୟ ସରକାର ମୋଦି ସରକାରଙ୍କ ସୁବିଧାରୁ ଓଡ଼ିଶାବାସୀଙ୍କୁ ବଂଚିତ ରଖିଛନ୍ତି । ନବୀନ ସରକାର, ଚାଷୀ ହତ୍ୟାକାରୀ ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ । କୃଷି ଓ କୃଷକ କଲ୍ୟାଣ ପାଇଁ କେନ୍ଦ୍ରର ବିଭିନ୍ନ ଯୋଜନାରେ ଆସୁଥିବା ବ୍ୟାପକ ମାତ୍ରାର ଟଙ୍କାକୁ ବିଜେଡି ସରକାର ହଡପ୍ କରୁଛି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକ ଚାଷୀଙ୍କ ନିକଟରେ ପହଂଚୁ ନାହିଁ । ଏହି କାରଣରୁ ଚାଷୀର ଆର୍ôଥକ ଅଭିବୃଦ୍ଧି ହେଉନାହିଁ । ବିଭିନ୍ନ ସମସ୍ୟା ଘେରରେ ଥିବା ରାଜ୍ୟର ଚାଷୀମାନେ ଅନେକ ସଂକଟର ସମ୍ମୁଖୀନ ହେଉଛନ୍ତି । ବିଜେଡି ସରକାରର ଗତ ୨୩ ବର୍ଷରେ ଭ୍ରଷ୍ଟାଚାର, ଦୁର୍ନୀତି, ଚାଷୀ ଆତ୍ମହତ୍ୟା, ମଣ୍ଡି ଅବ୍ୟବସ୍ଥା, ଜଳସେଚନର ବିଫଳତାକୁ ନେଇ ପ୍ରତି ଗାଁ, ପଂଚାୟତ, ବ୍ଲକ ସ୍ତରରେ କିଭଳି ପଂହଚିବ ସେ ନେଇ ଆଜି କୃଷକମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଚାଷୀ ଘର ଧାନରେ ଭର୍ତି, କିନ୍ତୁ ମଣ୍ଡି ବନ୍ଦ । ଚାଷୀଙ୍କ ସମସ୍ୟା ସମ୍ପର୍କରେ ତଥା ମୋଦିଜୀଙ୍କ ସମସ୍ତ “କୃଷକକଲ୍ୟାଣ ଯୋଜନା”କୁ ଆଲୋଚନା ଚକ୍ରରେ ଭାରତୀୟ ଜନତା ପାର୍ଟି  ଆଲୋଚନା କରିବା ସହ ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାର ସମସ୍ତ ଲୋକଙ୍କ ପାଖରେ ପଂହଚାଇବା ସଂକଳ୍ପ ନେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲମ୍ବା ସମୟଧରି ରାଜ୍ୟର ଚାଷୀକୁଳ ପ୍ରତି ନବୀନ ସରକାରଙ୍କ ଧାରାବାହିକ ଅବହେଳା, ସମ୍ବେଦିନହୀନତା, ଦୂରଦୃଷ୍ଟିର ଅଭାବ, ସଠିକ କୃଷିନୀତିର ପ୍ରଣୟନ ନକରିବା କାରଣରୁ ରାଜ୍ୟର ଚାଷୀମାନଙ୍କ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ଦାଦନ ଖଟିବା ପାଇଁ କିମ୍ବା ସହରୀ ମଜଦୁରୀ ପାଇଁ ଓ ଋଣଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି । ଚାଷୀଙ୍କ ପାଇଁ ଏପରି ଦୟନୀୟ ପରିସ୍ଥିତି ନିର୍ମାଣ କରିଥିବା ନବୀନ ବାବୁଙ୍କୁ “ଇତିହାସ” କ୍ଷମା ଦେବ ନାହିଁ ।  ପ୍ରତ୍ୟେକ ବ୍ଲକରେ ୩୫ପ୍ରତିଶତ ଜଳସେଚନର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେଡି ସରକାର ଚାଷୀଙ୍କୁ ପ୍ରତାରଣା କରିଛି । ଆଗାମୀ ଦିନରେ ଓଡ଼ିଶାବାସୀ ବିଜୁ ଜନତା ଦଳ ସରକାରକୁ ଗାଦିଚ୍ୟୁତ କରିବା ସହ ଚାଷୀଙ୍କୁ ବଂଚାଇବାର ନାରା  କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଦେଇଛନ୍ତି ।

ରାଜ୍ୟର ଧାନ କିଣାରେ ମଣ୍ଡି ସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ଧାରାବାହିକ ବର୍ଷ ବର୍ଷ ଧରି ଲୁଟ୍ ଓ ଶୋଷଣର ଶିକାର ହୋଇଛନ୍ତି ଚାଷୀମାନେ । କେନ୍ଦ୍ରପ୍ରଦତ ରିହାତି ମୂଲ୍ୟର ରସାୟନିକ ସାର ଚାଷୀଙ୍କ ପାଖରେ ପହଂଚିପାରୁ ନାହିଁ । ସମବାୟ ବିଭାଗକୁ କମ୍ ଓ ଘରୋଇ ବିତରକମାନଙ୍କୁ ଅଧିକ ପରିମାଣରେ ଆବଂଟନ କାହା ସ୍ୱାର୍ଥରେ କରାଯାଉଛି? ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଆବଶ୍ୟକ ଅଭିମୂଲ୍ୟ ଅର୍ଥ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଚାଷୀଙ୍କୁ ଭରଣା କରିବାକୁ ପଡିଛି । ଚାଷୀ ଓ ଚାଷଙ୍କ ସହିତ ସଂପୃକ୍ତ ବିଭିନ୍ନ ବିଭାଗ ଯଥା, କୃଷି, ଜଳସେଚନ, ସମବାୟ, ଉଦ୍ୟାନ, ପ୍ରାଣୀଧନ ଇତ୍ୟାଦି ବିଭାଗରେ ଅଧିକାରୀ ଓ କର୍ମଚାରୀ ମରୁଡି ହେତୁ ବିଭିନ୍ନ ଯୋଜନା ଚାଷୀଙ୍କଠାରୁ ଅପହଂଚ ହୋଇ ରହିଛି ଏବଂ ରାଜ୍ୟ ସରକାରଙ୍କ ଯୋଜନା ସବୁ ବିଫଳ ହୋଇଛି ବୋଲି କୃଷି ବୈଜ୍ଞାନିକ ଶ୍ରୀ ଜାନକିସ୍ ବଡପଣ୍ଡା କହିଛନ୍ତି ।

ଏହି ଆଲୋଚନା ଚକ୍ରରେ ରାଜ୍ୟ ସାଧାରଣ ସଂପଦକ (ସଂଗଠନ) ମାନସ ମହାନ୍ତି, ବରିଷ୍ଠ ନେତା ସର୍ଜନ ଶର୍ମା, କୃଷକମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କୃଷକମୋର୍ଚ୍ଚା ସାଧାରଣ ସଂପାଦକ ସମୀର ପାତ୍ର, ଉପେନ୍ଦ୍ର ଭଞ୍ଜ, କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, କୃଷକମୋର୍ଚ୍ଚା ମିଡିଆ ସଂଯୋଜକ ବିକାଶ କୁମାର ପାଢ଼ୀ, ଜଗନ୍ନାଥ ମହାପାତ୍ର, ପାଉଲ ହେମ୍ବ୍ରମ, ମନୋଜ ସାହୁ, ବିକ୍ରମ କେଶରୀ ରାଉତରାୟ, ସୁଭ୍ରାଶୁଂ ପାଢ଼ୀ,ମଦନ ପ୍ରଧାନ, ପୂର୍ଣ୍ଣିମା ଦାସ, ଜୟଲକ୍ଷ୍ମୀ ମହାନ୍ତି, କୁନ୍ତି ପାଲ ଏବଂ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ସାଧାରଣ ସମ୍ପାଦକ ଓ କୃଷକମୋର୍ଚ୍ଚା ସମସ୍ତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି ମୋଦି ସରକାର : ମହେଶ୍ୱର ସାହୁ | Argus English