Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାୟକ ଭୂପିନ୍ଦର ସିଂଙ୍କ ଗାଡିକୁ ପଛରୁ ଧକ୍କା ଦେଲା ଅଜଣା ଗାଡି

Odisha

ବିଧାୟକ ଭୂପିନ୍ଦର ସିଂଙ୍କ ଗାଡିକୁ ପଛରୁ ଧକ୍କା ଦେଲା ଅଜଣା ଗାଡି

Smruti Parija
Browse all articles by Smruti Parija
·2 years ago
ବିଧାୟକ ଭୂପିନ୍ଦର ସିଂଙ୍କ ଗାଡିକୁ ପଛରୁ ଧକ୍କା ଦେଲା ଅଜଣା ଗାଡି

ଭୁବନେଶ୍ୱର:  ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ । ଖାରବେଳନଗର ଥାନା ନିକଟରେ ଭୂପିନ୍ଦର ସିଂଙ୍କ ଗାଡି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ିକୁ ପଛରୁ ଏକ ଗାଡ଼ି ଧକ୍କା ଦେଇଛି । ଦୁର୍ଘଟଣା ଫଳରେ ବିଧାୟକଙ୍କ ଗାଡ଼ି ପଛ ପଟ ବମ୍ଫର ଭାଙ୍ଗି ଯାଇଛି । ଉଭୟ ଗାଡ଼ିକୁ ଥାନାରେ ଅଟକ ରଖିଛି ପୋଲିସ୍ । ତେବେ ଦୁର୍ଘଟଣା ବେଳେ ବିଧାୟକ ଗାଡ଼ିରେ ଥିଲେ ନା ନାହିଁ ସ୍ପଷ୍ଟ ହୋଇନାହିଁ । ବିଧାୟକଙ୍କ ଗାଡ଼ିରେ 4 ରୁ 5 ଜଣ ଯୁବକ ଥିବାବେଳେ ଦୂର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରକୁ ମାଡ ମାରିବା ସହ ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଓଡିଶା ଖବର ଆହୁରି ପଢନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
narla-MLA Bhupinder Singh's vehicle was hit from behind by an unknown vehicle | Argus English