Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କ୍ରାଇମ୍ କ୍ୟାପିଟାଲରେ ଅସୁରକ୍ଷିତ ମହିଳା

Odisha

କ୍ରାଇମ୍ କ୍ୟାପିଟାଲରେ ଅସୁରକ୍ଷିତ ମହିଳା

Jitendra Dash
Browse all articles by Jitendra Dash
·2 years ago·2 min read
କ୍ରାଇମ୍ କ୍ୟାପିଟାଲରେ ଅସୁରକ୍ଷିତ ମହିଳା

ଅର୍ଗସ ବ୍ୟୁରୋ : ସୈତାନ ସାଜିଲା ଦାଦା, ଝିଆରୀକୁ ଚକଲେଟ ଦେଇ କାଟିଲା ତଣ୍ଟି। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ଵର ଅଭିରାମ ବସ୍ତିରେ । ନିଶା ନିବାରଣ କେନ୍ଦ୍ରରୁ ଫେରି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଘନିଆ । ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରି କପଡାରେ ଗୁଡ଼ାଇ ଖଟ ତଳେ ଲୁଚେଇଲା । ଗତକାଲି ସନ୍ଧ୍ୟାରେ ଘଟିଥିବା ଏଭଳି ଲୋମ ହର୍ଷଣକାରୀ ଘଟଣା ପୂରା ରାଜଧାନୀରେ ଚହଳ ସୃଷ୍ଟି କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଥାନାରେ ଏତଲା ପରେ ଶବ ବ୍ୟବଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ଫରେନସିକ ଟିମ ଘଟଣାସ୍ଥଳରୁ ରକ୍ତ ଭିଜା ଡ୍ରେସ ଓ ଛୁରି ଜବତ କରିଛି । ହତ୍ୟାକାଣ୍ଡ ପରେ ଗତକାଲି ରାତିଠୁ ଅଭିଯୁକ୍ତ ଫେରାର ଥିବା ବେଳେ ୩ ଟି ଟିମ ଗଠନ କରି ଚଢ଼ାଉ କରୁଛି ଏୟାରଫିଲଡ଼ ପୋଲି । ସେପଟେ ଘଟଣାକୁ ଦୃଢ ନିନ୍ଦା କରିବା ସହ ଥାନାରେ ଅତିରିକ୍ତ ଡିସିପିଙ୍କୁ ଭେଟି ୨୪ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବିପତ୍ର ଦେଇଛି ବିଜେପି ମହିଳା ମୋର୍ଚ୍ଚା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲଜ୍ଜା

ସେପଟେ ଚନ୍ଦକା ଥାନା ଗୋଠ ପାଟଣା ଅଞ୍ଚଳରେ ଘଟିଛି ଆଉ ଏକ ବିଭତ୍ସ ହତ୍ୟା । ମଦ ପିଉଥିବା ବେଳେ ମାଛ ମୁଣ୍ଡ ଫ୍ରାଏ କରିବାକୁ କହି ମହିଳାଙ୍କୁ ଛୁରି ଭୁଷି ମାରିଦେଲେ ଦୁର୍ବୁତ୍ତ । ଜଳଖିଆ ଦୋକାନ କରିଥିବା ୩୫ ବର୍ଷୀୟ ମହିଳାଙ୍କ ଦୋକନ ପାଖରେ ହଠାତ କାଲି ରାତିରେ କିଛି ଯୁବକ ଏକାଠି ହେବ ସହ ମଦ ପିଇଥିଲେ । ସାଙ୍ଗରେ ଆଣିଥିବା ମାଛ ଭଜାକୁ ଗରମ କରିବାକୁ ମହିଳା ଜଣଙ୍କୁ କହିଥିଲେ । ରାଜି ନହେବାରୁ ଛୁରି ଭୂଷି ଘଟାଇଥିଲେ ବିଭତ୍ସ କାଣ୍ଡ । ତେବେ ଘଟଣା ପଛରେ ଆଉ କିଛି ରହସ୍ୟ ଥିବା କଥା ସନ୍ଦେହ କରୁଛି ପୋଲିସ । 

Sponsored
Minor girl found dead with her throat slit in Bhubaneswar, police suspect she was ‘sexually assaulted’ | Argus English