Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୋର୍ଦ୍ଧାରେ ଚରମ ସୀମାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ

Odisha

ଖୋର୍ଦ୍ଧାରେ ଚରମ ସୀମାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ

Manini Pattanayak
Browse all articles by Manini Pattanayak
·2 years ago·1 min read
ଖୋର୍ଦ୍ଧାରେ ଚରମ ସୀମାରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ

ଖୋର୍ଦ୍ଧା: ଖଣି ଅଧିକାରୀଙ୍କୁ ବି ଛାଡ଼ିଲେନି ଖୋର୍ଦ୍ଧାର ଖଣି ମାଫିଆ। ବେଆଇନ୍ ଖଣି ଖନନ ସମ୍ପର୍କରେ ଖବର ପାଇ ଚଢଉ ପାଇଁ ଯାଇଥିବା ବେଳେ ଖଣି ଅଧିକାରୀ ଜଗନ ବେହେରାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ମାଫିଆ। 40ରୁ ଅଧିକ ଦୁବୃର୍ତ୍ତ ଖଣି ଅଧିକାରୀଙ୍କ ଗାଡ଼ି ଭାଙ୍ଗିଦେବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ଘଟଣାସ୍ଥଳରୁ ଫେରାର ହୋଇଗଲେ ଆକ୍ରମଣକାରୀ। ମାଫିଆଙ୍କ ଆକ୍ରମଣରେ ଗୁରୁତର ଖଣି ଅଧିକାରୀଙ୍କର ଏବେ ହସପିଟାଲରେ ଚାଲିଛି ଚିକିତ୍ସା। 

ଖୋର୍ଦ୍ଧା ଜିଲ୍ଲାରେ ଚାଲିଛି ୧୦୦ରୁ ଅଧିକ ବେଆଇନ ପଥର ଖଣି। ସରକାରୀ, ଗୋଚର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଓ ମଶାଣି ଜମି କିଛି ବି ଛାଡୁନାହାନ୍ତି ମାଫିଆ। ଜିଲ୍ଲାର ଖୋର୍ଦ୍ଧା, ଟାଙ୍ଗି, ବେଗୁନିଆ, ବୋଲଗଡ଼, ଜଟଣୀ ସବୁଠି ଖୋଳାଯାଉଛି ବେଆଇନ ଖଣି। କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ରାଜ୍ୟ ସରକାର। ୨୦୧୫ ରୁ ୨୦୨୩ ମଧ୍ୟରେ ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ାଉ କରାଯାଇ ପ୍ରାୟ ୨୧କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ତଥାପି କିଛି ଫରକ ପଡ଼ିନି। ପୋଲିସ ଓ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି କରୁଛନ୍ତି ଲୁଟ୍। ଯିଏ ବିରୋଧ କଲା ସିଏ ହେଉଛି ଆକ୍ରମଣର ଶିକାର। ପୂର୍ବରୁ ଆରଆଇ ଓ ପୋଲିସ ଅଧିକାରୀଙ୍କ ଉପରେ ହୋଇଥିଲା ଆକ୍ରମଣ। ଏବେ ଖଣି ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଖଣି ମାଫିଆ। 
କାହା ବଳରେ ବଳିୟାନ୍ ଖୋର୍ଦ୍ଧାର ଖଣି ମାଫିଆ ? କିଏ ଦେଉଛି ଖଣି ମାଫିଆଙ୍କୁ ସୁରକ୍ଷା ? କାହିଁକି ଖଣି ମାଫିଆଙ୍କ ଦୌରାତ୍ମ୍ୟ ଆଗରେ ନାଚାର ପୋଲିସ ଓ ପ୍ରଶାସନ ? ଏତେ ସବୁ ପରେ ବି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ଚୁପ ବସିଛନ୍ତି କାହିଁକି ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mining mafia violence at its peak in Khorda | Argus English