|
logo
Live

Argus News - ଚାଷୀଙ୍କ ଅମଳ ଧାନରେ ମିଲର୍ସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି

Odisha

ଚାଷୀଙ୍କ ଅମଳ ଧାନରେ ମିଲର୍ସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି

Arpita Mohanty
Browse all articles by Arpita Mohanty
·2 years ago·2 min read
ଚାଷୀଙ୍କ ଅମଳ ଧାନରେ ମିଲର୍ସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି

ଅର୍ଗସ ବ୍ୟୁରୋ : ଚାଷୀଙ୍କ ପେଟରେ ମରାଯାଉଛି ଲାତ। ବେଆଇନ ଭାବେ ହେଉଛି ଧାନ ବେପାର। ୨୧ତାରିଖରେ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ହେଲେ ଏହା ପୂର୍ବରୁ ଚାଷୀଙ୍କ ଧାନ ଉପରେ ପଡ଼ୁଛି ମିଲର୍ସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି । ଘଟଣାଟି ହେଉଛି ବରଗଡ ଜିଲ୍ଲାର। ଧାନ ମଣ୍ଡି ଖୋଲିବା ପୂର୍ବରୁ ଚାଷୀଙ୍କ ଅମଳ ଧାନକୁ କମ ଦରରେ କିଣି ମାଲେମାଲ ହେଉଛନ୍ତି ଧାନ ବେପାରୀ ଓ ମିଲର୍ସ । ଉଭୟଙ୍କ ମିଲିଭଗତରେ ଚାଲିଛି ଚାଷୀ ଶୋଷଣ ନୀତି । ହେଲେ ଏଠି ପ୍ରଶ୍ନ ,କଣ କରୁଛି ଜିଲ୍ଲା ଯୋଗାଣ ବିଭାଗ ?କୁଆଡେ ଗଲା ଏନଫୋର୍ସମେଣ୍ଟ ଟିମ୍ ? ଚାରି ଦିନ ପରେ ଖୋଲିବ ମଣ୍ଡି ,ହେଲେ ଏହା ପୂର୍ବରୁ ମିଲର ଷ୍ଟକ ଯାଞ୍ଚ ସରିଛି ତ ? ଏଭଳି ଅନେକ ପ୍ରଶ୍ନକୁ ନେଇ ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟକୁ ନେଇ ସନ୍ଦେହ ବଢି ଚାଲିଛି । ଏପରିକି ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ଗୋଟିଏ ପଟେ ଚାଷୀ ନିଜର ଅମଳ ଧାନକୁ ଧରି ଜୋର ଜବରଦସ୍ତ ମଣ୍ଡିରେ ପଶୁଛି ଅନ୍ୟପଟେ ଚାଷୀର ଧାନକୁ ଦଲାଲ କମ ଟଙ୍କାରେ କିଣି ମିଲକୁ ପଠାଉଛି । ଏହାର କାରଣ ହେଲା ପ୍ରଶାସନ ମନମାନି କରି ୨୧ ତାରିଖରେ ଧାନ ମଣ୍ଡି ଖୋଲିବାର ନିଷ୍ପତ୍ତି ନେଇଛି ।ଏହାର ସୁଯୋଗ ନେଇ ଅମଳ ହୋଇ ସାରିଥିବା ଧାନକୁ ଦଲାଲ ଜରିଆରେ ମିଲର୍ସ କିଣି ମାଲେମାଲ ହେଉଛନ୍ତି । ଅନ୍ୟପଟେ ମଣ୍ଡି ଖୋଲିବା ବେଳକୁ ପ୍ରାୟ ପଚାଶରୁ ଷାଠିଏ ପ୍ରତିଶତ ଧାନ ବେଆଇନ ଭାବେ ମିଲର୍ସ  କିଣି ଷ୍ଟକ ରଖିଦେଉଛନ୍ତି । ଫଳରେ ଚାଷୀଙ୍କ ଧାନକୁ ମନମାନି କରି କିଣି ମାଲେମାଲ ହେଉଛନ୍ତି ମିଲର୍ସ । ସେପଟେ ଯୋଗାଣ ବିଭାଗ କହୁଛି ମଣ୍ଡି ଖୋଲିବା ପୂର୍ବରୁ ମିଲକୁ ଧାନ ଆସିବା ବେଆଇନ । ହେଲେ ଏବେ ବେଧଡକ ଭାବେ ମିଲକୁ ଧାନ ଆସୁଥିବା ବେଳେ ଯୋଗାଣ ବିଭାଗ ଶୋଇପଡ଼ିଛି ନା ମିଲର୍ସଙ୍କ ସହ ମଧୁଚନ୍ଦ୍ରିକା ରହିଛି ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଷୀଙ୍କ ଅମଳ ଧାନରେ ମିଲର୍ସ ଓ ଦଲାଲଙ୍କ ଲୋଲୁପ ଦୃଷ୍ଟି | Argus English