Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦାଦନ ଦୁଃଖର ଆଉ ଏକ କାହାଣୀ , ରେଳ ଷ୍ଟେସନରୁ ଉଦ୍ଧାର ହେଲା ମୃତଦେହ

Odisha

ଦାଦନ ଦୁଃଖର ଆଉ ଏକ କାହାଣୀ , ରେଳ ଷ୍ଟେସନରୁ ଉଦ୍ଧାର ହେଲା ମୃତଦେହ

Smruti Parija
Browse all articles by Smruti Parija
·2 years ago·1 min read
ଦାଦନ ଦୁଃଖର ଆଉ ଏକ କାହାଣୀ , ରେଳ ଷ୍ଟେସନରୁ ଉଦ୍ଧାର ହେଲା ମୃତଦେହ

ବଲାଙ୍ଗୀର:  ପୁଣି ନିର୍ଯାତନାର ଶିକାର ହୋଇ ଶବ ହୋଇ ଫେରିଲା ଦାଦନ । ବଲାଙ୍ଗିରରୁ ଆସିଛି ଦାଦନ ଦୁଃଖର ଆଉ ଏକ କାହାଣୀ । ମୃତକ  ଜଣକ ହେଲେ ଖପ୍ରାଖୋଲ ବ୍ଲକ କର୍ଲାମାଲ ଗାଁର ଗଜାନନ ଷାଣ୍ଡ । କଣ୍ଟାବାଞ୍ଜି ରେଳଷ୍ଟେସନରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ପ୍ରତିପୋଷଣ ପାଇଁ କିଛି ମାସ ତଳେ କଣ୍ଟାବାଞ୍ଜି ଅଞ୍ଚଳର ଜଣେ ଦଲାଲଙ୍କ ସହଯୋଗରେ ରାଜ୍ୟ ବାହାରକୁ ଯାଇଥିଲେ ଗଜାନନ ।

ସେଠାରେ ଏକ  ଇଟାଭାଟିରେ ସେ କାମ କରୁଥିଲେ । ହେଲେ ଇଟାଭାଟି ମାଲିକ ଗଜାନନଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପରେ ଗଜାନନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଦେଖାଇବା ପରିବର୍ତ୍ତେ ଟ୍ରେନରେ ବସାଇ ଦେଇଥିଲେ ଇଟାଭାଟି ମାଲିକ । ଫଳରେ ଟ୍ରେନରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଟ୍ରେନ୍ ପହଞ୍ଚିବା ପରେ ଦାଦନ ଶ୍ରମିକଙ୍କ ମୃତଦେହ କଣ୍ଟାବାଞ୍ଜି ରେଳଷ୍ଟେସନରେ ଛାଡି ଫେରାର୍ ମାରିଥିଲେ ଜଣେ ଦାଦନ ଦଲାଲ୍ । ପରେ ଜିଆରପି ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
migrant-labour-dead-body-recovered-from-balangir-railway-station | Argus English