Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବନ୍ଦ ଘରେ କଣ ହେଉଥିଲା, ଉଦ୍ଧାର ହେଲେ ଦୁଇ ପୁଅ ଆଉ ଦୁଇ ଝିଅ

Odisha

ବନ୍ଦ ଘରେ କଣ ହେଉଥିଲା, ଉଦ୍ଧାର ହେଲେ ଦୁଇ ପୁଅ ଆଉ ଦୁଇ ଝିଅ

Jitendra Dash
Browse all articles by Jitendra Dash
·2 years ago·1 min read
ବନ୍ଦ ଘରେ କଣ ହେଉଥିଲା, ଉଦ୍ଧାର ହେଲେ ଦୁଇ ପୁଅ ଆଉ ଦୁଇ ଝିଅ

ଅର୍ଗସ ବ୍ୟୁରୋ : ବନ୍ଦ ଘରେ ଚାଲିଥିଲା ଦେହ କାରବାର । ବନ୍ଦ କୋଠରିରୁ ଉଦ୍ଧାର ଦୁଇ ପୁଅ ଆଉ ଦୁଇ ଝିଅ । ଅସଞ୍ଜତ ଅବସ୍ଥାରେ ଉଦ୍ଧାର କଲା ପୋଲିସ । କିଛି ଦିନ ତଳେ ଅନୈତିକ କାର୍ଯ୍ୟକଳାପ ଚାଲିଥିବାର ଖବର ଜାଣିବାକୁ ପାଇଥିଲେ ଝାରପୋଖରିଆ ଦୁର୍ଗାମଣ୍ଡପ କଲୋନୀ ସାହିର ବସ୍ଥିବସିନ୍ଦା । ସନ୍ଦେହ କରି ଆଜି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ଘରକୁ ବାହାରୁ ତାଲା ପକାଯାଇଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅଭିଯୋଗ ପରେ ପୋଲିସ ପହଞ୍ଚି ତାଲା ଖୋଲି ରୁମ ଭିତରୁ ଅସଞ୍ଜତ ଅବସ୍ଥାରେ ଦୁଇ ପୁଅ ଓ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହିତ ଦୁଇଜଣ ମହିଳାଙ୍କୁ ଅଟକ ରଖାଯାଇଛି । ଘରଟି ଶିର୍ଷା ସମିତି ସଭ୍ୟ ଲକ୍ଷ୍ମୀଧର ସିଂଙ୍କ ଘର ବୋଲି ଜଣାପଡିଛି । ସେପଟେ ସମିତି ସଭ୍ୟ ଫେରାର ଥିବା ପୋଲିସ ସୂଚନା ଦେଇଛି । ମାମଲା ରୁଜ୍ଜୁ କରି ଝାରପୋଖରିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayurbhanj sex racket | Argus English