Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

Odisha

ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

Jitendra Dash
Browse all articles by Jitendra Dash
·2 years ago·2 min read
ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍‌ରେ ସତସତିକା ବାହାଘର

ଅର୍ଗସ ବ୍ୟୁରୋ : କଳା ସଂସ୍କୃତି ହେଉ କି ଖାଦ୍ୟପେୟ ବା ହେଉ ପର୍ବ ପର୍ବାଣୀ ମୟୁରଭଞ୍ଜରେ ସବୁକିଛି ନିଆରା । ସେଭଳି ଅନେକ ନିଆରାପଣ ନେଇ ଆୟୋଜିତ ହେଉଛି ମୟୁରଭଞ୍ଜ ମହୋତ୍ସବ । ୧୦ ଦିନର ଏହି ମହୋତ୍ସବରେ ସୋମବାର ୫ମ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ ହୋଇଛି ଏକ ସତସତିକା ବାହାଘର । ସେ ପୁଣି ଆଦିବାସୀ ସମ୍ପ୍ରଦାୟର ବାହାଘର । ଏଇ ବାହାଘରର ଦୃଶ୍ୟ ଯେତିକି ସୁନ୍ଦର ସେତିକି ରୋମାଞ୍ଚକର ମଧ୍ୟ ଥିଲା । ମୟୂରଭଞ୍ଜ ମହୋତ୍ସବ-୨୦୨୩ ର ମଞ୍ଚ ସାଜିଥିଲା କନିଆଙ୍କ ବିବାହ ବେଦୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଭଳି ଏକ ମୁହୁର୍ତ୍ତକୁ ହାତଛଡା ନକରି ଦର୍ଶକଙ୍କ ସର୍ବସମ୍ମୁଖରେ ଯେଉଁଠି କନ୍ୟା ପକ୍ଷ ବର ଓ ବରଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ । ପାରମ୍ପାରିକ ବାଜାବାଣ ନାଚଗୀତ ମଧ୍ୟରେ ଭାଇ କାନ୍ଧରେ ବସି ବର ପହଞ୍ଚିଥିଲେ ମଞ୍ଚ ନିକଟରେ । ମହୋତ୍ସବର ପଞ୍ଚମ ସଂନ୍ଧ୍ୟାରେ ହଜାର ହଜାର ଦର୍ଶକଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଗଲେ କୁଳିଅଣା ବ୍ଲକ ମୁଣ୍ଢାକଟା ଗାଁର ବର ରାଜେନ ମୁର୍ମୁ ଓ ଶୁଳିଆପଦା ବ୍ଲକ ବାଘଡା ଗାଁର କନିଆଁ ଗୋଲାପୀ ମୁର୍ମୁ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଓଡିଆ ଘରର ବାହାଘର ତ ଆମେ ସମସ୍ତେ ଦେଖିଛୁ । ହେଲେ ମୟୁରଭଞ୍ଜର ଆଦିବାସୀ ଘର ବାହାଘର କେମିତି ହୁଏ ତାହା ଆମେ ବା କେମିତି ଜାଣିବୁ । ତେଣୁ ସେଇ ଅଜଣା ପରମ୍ପରା ସହିତ ସମସ୍ତଙ୍କ ପରିଚୟ କରାଇବା ଉଦ୍ଧେଶ୍ୟରେ ଏଭଳି ଏକ ନିଆରା ଅନୁଷ୍ଠାନକୁ ଆୟୋଜିତ କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ମହୋତ୍ସବର ଜଣେ ଆଦିବାସୀ କର୍ମକର୍ତ୍ତା । 

ତେବେ ଆଜିର ଆଧୁନିକ ଦୁନିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଉଡାଇ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥିବା ବେଳେ, ବରଯାତ୍ରୀଙ୍କ ପାଇଁ ମଦ, ମାସଂ, ବାଣ, ଡିଜେ ଆଦିର ପ୍ରୟୋଜନ ହୋଇଥାଏ । ହେଲେ ଏକ ଅଭିନୟ ମଞ୍ଚରେ ସତସତିକା ବିବାହ ବେଦୀରେ ଦର୍ଶକଙ୍କୁ ସାଖୀ ରଖି ଜୀବନସାଥିର ହାତଧରିବା ଯେତିକି କୌତୁହଳ ସେତିକି ଆନନ୍ଦ ଦାୟକ ବୋଲି ମତ ସୃଷ୍ଟି କରିଛି । 

Sponsored
mayurbhanj mahotsav 2023 | Argus English