|
logo
Live

Argus News - ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ

Odisha

ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ

Smruti Parija
Browse all articles by Smruti Parija
·2 years ago·2 min read
ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ

ସୁନ୍ଦରଗଡ:  ବରଗଡ ଅମ୍ବାଭୋନା ଥାନା ଭଙ୍ଗାରୁଜା ପ୍ରସଙ୍ଗରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବି କଲେ ମନମୋହନ ସାମଲ । ସେ କହିଛନ୍ତି, ସୁନ୍ଦରଗଡ଼ ଗସ୍ତ ସମୟରେ ଲୋକଙ୍କ ଆକ୍ରୋଶ ଦେଖିଲା ବିଜେପି ଟିମ୍ ।  ଅପରାଧ କରିବା ସହ ଅପରାଧୀଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରିଛନ୍ତି ମନମୋହନ ସାମଲ । 

ପିକନିକ୍ ନାଁରେ ସେଠାରେ ନିଶା କାରବାର ଚାଲିଥିବା ଖବର ଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚିଖିଲା, ଯାଞ୍ଚ କରିଥିଲା । ସୁଶାନ୍ତ ସିଂହ ସେଠାରେ ପହଞ୍ଚିଥିଲେ, ସମର୍ଥକମାନଙ୍କୁ ଡାକିଥିଲେ । ସମସ୍ତଙ୍କୁ ଡାକିବା ପରେ ଥାନାରେ ଭଙ୍ଗାରୁଜା କରାଯାଇଥିଲା । ସୁଶାନ୍ତ ସିଂ ସ୍ପଟ୍ ରେ ଥିଲେ, ତେଣୁ ତାଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ମନମୋହନ ସାମଲ । 

ଏହାସହ ମନମୋହନ ସାମଲ କହିଛନ୍ତି, ପୋଲିସ ଚଢ଼ାଉ କରିବାରୁ ଥାନା ଭଙ୍ଗାରୁଜା କରିଛନ୍ତି ଅସାମାଜିକ ତତ୍ତ୍ବ । ସେମାନେ କହିଛନ୍ତି ଯେ ଆମେ ସୁଶାନ୍ତ ସିଂଙ୍କ ପିଲା । ଭଙ୍ଗାରୁଜା ଘଟଣା ପରେ ସୁଶାନ୍ତ ସିଂ ସେମାନଙ୍କ ସହ କଥା ହୋଇଛନ୍ତି । ନିଜେ ସୁଶାନ୍ତ ସିଂ ସେମାନଙ୍କୁ ଡାକିଛନ୍ତି, ସ୍ପଟରେ ବି ଥିଲେ । ଗଣ୍ଡଗୋଳକୁ ମନିଟରିଂ କରିଛନ୍ତି, ଥାନା ଭାଙ୍ଗିବାକୁ ଉସୁକେଇଛନ୍ତି ।
ତେଣୁ ତୁରନ୍ତ ପୂର୍ବତନ ମନ୍ତ୍ରୀଙ୍କୁ ଏହି ଘଟଣାରେ ଗିରଫ କରାଯାଉ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି (ରବିବାର) ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭିତରେ ପଶି କିଛି ଦୂର୍ବୃତ୍ତ ଭଙ୍ଗାରୁଜା କରିଥିଲେ । 20ରୁ ଅଧିକ ଯୁବକ ଥାନା ଭିତରେ ପଶି ହଙ୍ଗାମା କରିଥିଲେ । ଏହି ଘଟଣାରେ 100ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ସିସିଟିଭି ଆଧାରରେ ମାମଲା ରୁଜୁ କରିଛି ପୋଲିସ । ତଦନ୍ତ ଚାଲିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରଗଡ ଏସପି ପ୍ରହଲ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
ବରଗଡ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବର୍ଷିଲେ ମନମୋହନ | Argus English