Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବାକୁ ବାହାରିଲେ ମାନସ

Odisha

ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବାକୁ ବାହାରିଲେ ମାନସ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବାକୁ ବାହାରିଲେ ମାନସ

Key Points

  • ପାଣ୍ଡିଆନଙ୍କ ପାଇଁ ଓକିଲାତି କରିବାକୁ ବାହାରିଲେ ମାନସ
  • ସୋସିଆଲ ମିଡିଆରେ ଉତ୍ତର ଦେଲେ ଲଳିତେନ୍ଦୁ
  • ମହାପ୍ରସାଦର ପ୍ରଚାର କରିବାକୁ କାମିୟା କିଏ ?
  • ଯେତେ ଚେଷ୍ଟା କଲେ ବି ଦୋଷ ଲୁଚୁନାହିଁ ପାଣ୍ଡିଆନଙ୍କର

ଅର୍ଗସ ବ୍ୟୁରୋ: କାମିୟା ଜାନିଙ୍କୁ ନେଇ ଘନେଇବାରେ ଲାଗିଛି ବିବାଦ । ସମୟ ଯେତିକି ଗଡୁଛି, ବିବାଦ ସେତିକି ବଢୁଛି । ଘଟଣା ହିନ୍ଦୁଙ୍କ ଭାବାବେଗ ସହ ଜଡିତ ଥିବାରୁ ଗୁରୁତ୍ଵ ବି ରହିଛି । ବିରୋଧୀଙ୍କ ଆଟାକ, ଓଡ଼ିଆଙ୍କ ପ୍ରଶ୍ନ ବାଣରେ ବିଜେଡିର ନିଦ ହଜିବା ପରେ ସଫେଇ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଟ୍ଵିଟ କରି କହିଥିଲା, ମନ୍ଦିର ଭିତରକୁ କ୍ୟାମେରା ଯାଇନାହିଁ । ଆଉ ଏହାକୁ ନେଇ ପୁଣି ପ୍ରଶ୍ନ କରିଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କହିଥିଲେ, ଭୋର ୪ଟାରେ ମନ୍ଦିର ଭିତରେ କି କାରସାଦି ହୋଇଥିଲା ? ବିବାଦ ବଢିବା ପରେ ବିଜେଡି ସାଂସଦ ମାନସ ମଙ୍ଗରାଜ ନିଜ ଏକ୍ସ ପେଜ୍‌ରେ ଲେଖିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧୀ ସହିପାରୁନାହାନ୍ତି ତେଣୁ ଏମିତି କହୁଛନ୍ତି । ଆଉ ମାନସଙ୍କୁ କଡା ଜବାବ ଦେଇଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର । କହିଛନ୍ତି, ଦୋଷ ଲୁଚାଇବାକୁ ଯେତେ ଅଧିକ ଚେଷ୍ଟା କରିବେ ସେତେ ଅଧିକ ମୁଖା ଖୋଲିବ ? 

ହିନ୍ଦୀ ବ୍ଲଗର ଗୋମାଂସ ଖିଆ କାମିୟା ଜାନି ଗତ କିଛିଦିନ ତଳେ ପୁରୀ ମନ୍ଦିର ଆସିଥିଲେ । ଆଉ ଏହି ସମୟରେ ଫାଇଭ-ଟି ସଚିବ ପାଣ୍ଡିଆନ ବି ତାଙ୍କ ସହ ଥିଲେ । ଏମିତିକି ମନ୍ଦିର ଭିତରକୁ ତାଙ୍କୁ ପାଣ୍ଡିଆନ ଡାକି ନେଉଥିବାର ଅଡିଓ କ୍ଲିପ୍‌ ବିଜେପି ପ୍ରେସମିଟ୍‌ରେ ଜାରି କରିଥିବା ବେଳେ ଲେଖାଶ୍ରୀ ଉଭୟଙ୍କ ମନ୍ଦିରରୁ ବାହାରୁଥିବାର ଭିଡିଓ ଟ୍ଵିଟ କଲେ । ଆଉ ଏତେ ସବୁ ପ୍ରମାଣ ପାଇବା ପରେ ବିଜେଡି ମୁହଁ ଚୁପ । କେବଳ ପାଣ୍ଡିଆନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛି ଦଳ ସତ ହେଲେ ବିରୋଧୀଙ୍କୁ ଚୁପ୍‌ କରିବାକୁ କିଛି ପ୍ରମାଣ ନାହିଁ । 

ଗୋମାଂସ ଭକ୍ଷଣକୁ ପ୍ରୋତ୍ସାହିତ କରୁଥିବା ଜଣେ ବ୍ଲଗର ମହାପ୍ରସାଦର ପ୍ରଚାର କରିବାକୁ ବିଜେଡି କେମିତି ଠିକ୍ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ? ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପବିତ୍ର, ଏହା କୌଣସି ରେସ୍ତୋରାଁର ଖାଦ୍ୟ ନୁହେଁ । ମହାପ୍ରସାଦ କୋଟି କୋଟି ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ । ଏହାକୁ କେହି ପ୍ରଚାର କରିବା ଆବଶ୍ୟକତା ହିଁ ନାହିଁ । ତେବେ ଲଳିତେନ୍ଦୁ କହିଛନ୍ତି, କୌଣସି ବ୍ୟକ୍ତି ବା ଦଳ ଜଗନ୍ନାଥ ସଂସ୍କୃତିଠାରୁ ଉର୍ଦ୍ଧ୍ବରେ ନୁହନ୍ତି । କାମିଆ ଗୋମାଂସର ପ୍ରଚାର କରିଛନ୍ତି ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ଏକଥା ଜାଣି ମଧ୍ୟ କେମିତି ଓ କାହିଁକି କାମିଆଙ୍କୁ ପାଣ୍ଡିଆନ ନିମନ୍ତ୍ରଣ କଲେ ? ସେପଟେ ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଲେଖିଛନ୍ତି କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରସାଦ ସେବନ କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ କଷ୍ଟ ଦେଇଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଜଗନ୍ନାଥ ଠିକ ଦଣ୍ଡ ବିଧାନ କରିବେ । କେବଳ ଏତିକି ନୁହେଁ ବରଂ ଜାତୀୟ ସ୍ତରରେ ବି ଏହି ମାମଲା ଘନେଇବାରେ ଲାଗିଛି । ଏବେ ସମୟ କହିବ ବିଜେଡି କେମିତି ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛି ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manas Ranjan Mangaraj | Argus English