Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତିର୍ତ୍ତୋଲ ପୋଲିସକୁ ବଡ଼ ସଫଳତା, ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ

Odisha

ତିର୍ତ୍ତୋଲ ପୋଲିସକୁ ବଡ଼ ସଫଳତା, ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ

Jitendra Dash
Browse all articles by Jitendra Dash
·2 years ago·1 min read
ତିର୍ତ୍ତୋଲ ପୋଲିସକୁ ବଡ଼ ସଫଳତା, ବନ୍ଧା ହେଲା ଶାରଳା ମନ୍ଦିର ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ

ଅର୍ଗସ ବ୍ୟୁରୋ : ଶାରଳା ମନ୍ଦିର ହୁଣ୍ଡି ଚୋରିର ମୁଖ୍ୟ ଅଭିଯୁକ୍ତ ଗିରଫ । ତିର୍ତ୍ତୋଲ ପୋଲିସ ମିଳିଛିକୁ ବଡ଼ ସଫଳତା । କେନ୍ଦୁଝରରୁ ଆସି ହୁଣ୍ଡି ଟଙ୍କା ଚୋରି କରିଥିଲା ଅଭିଯୁକ୍ତ । ଜବତ କରାଯାଇଛି ଏକ ଲକ୍ଷ ୮୫ ହଜାର ୧୯୬ ଟଙ୍କା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ ବାସୀନୀ ମା' ଶାରଳା ମନ୍ଦିରର ୧ ନମ୍ବର ମୁଖ୍ୟ ହୁଣ୍ଡିରୁ ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଯେଉଁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିବା ସହିତ କିଛି ଚୋରିଟଙ୍କା ମଧ୍ୟ ଉଦ୍ଧାର କରିଥିଲା । ଏହାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ତିର୍ତ୍ତୋଲ ପୋଲିସ ଜାଲ ବିଛାଇଥିଲା । ତେବେ ଘଟଣାର ୫ ଦିନ ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ ।

Sponsored
Man Held For Looting Money From Sarala Temple In Jagatsinghpur | Argus English