Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବୋରୱେଲକୁ ଧକ୍କା ଦେଇ ବାଇକ ଚାଳକ ମୃତ

Odisha

ବୋରୱେଲକୁ ଧକ୍କା ଦେଇ ବାଇକ ଚାଳକ ମୃତ

Smruti Parija
Browse all articles by Smruti Parija
·2 years ago·1 min read
ବୋରୱେଲକୁ ଧକ୍କା ଦେଇ ବାଇକ ଚାଳକ ମୃତ

କେନ୍ଦୁଝର:  ଦ୍ରୁତ ଗତିରେ ବାଇକ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆନନ୍ଦପୁର ଉପଖଣ୍ଡ ଘଷିପୁରାଥାନା ଖାଳିଆମେଣ୍ଟା ଗାଁ ରାସ୍ତାରେ  ଦ୍ରୁତ ଗତିରେ ବୁଲେଟ୍ ମୋଟର ସାଇକେଲ ଚଳାଇ ଯାଉଥିବା ଦୁଇ ଯୁବକ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ବୋରୱେଲକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ସ୍ଥାନୀୟ ଏକ ସିସିଟିଭିରେ କଏଦ ହୋଇଛି ।  

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ କଟକ ସ୍ଥାନାନ୍ତର କରିବା ବାଟରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଶାଳପଡା ନୁଆକଲୋନୀର ବିଜୟ ଦଳେଇ ବୋଲି ଜଣାପଡିଛି ।  ଗୁରୁତର ଆଭାଷ ଚୌଧୁରୀଙ୍କ ଚିକିତ୍ସା ଏବେ କଟକରେ ଚାଲିଛି । ଉଭୟେ ଗତକାଲି ପଦନପୁର ଗାଁକୁ କୌଣସି କାମରେ ଯାଇ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ମହିଳାଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
man-died-in-bike-accident-at-keonjhar | Argus English