ମମିତା ମେହେର ହତ୍ୟା ଘଟଣା : ହାତରେ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଲେ ସାଧାରଣ ଲୋକେ

ଅର୍ଗସ ବ୍ୟୁରୋ : କଳାହାଣ୍ଡି ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ପୁଣି ଜୋର ଧରିଲା ଦାବୀ । ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁର କଣ୍ଟାବାଞ୍ଛି ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ସାଧାରଣରେ ଦାବୀ ହୋଇଛି । ହାତରେ ପ୍ଲାକାର୍ଡ଼ ଧରି ପୁରୁଷ ଏବଂ ମହିଳା ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ମଧ୍ୟ ମମିତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ । ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ମାମଲାରେ ଛନ୍ଦି ହେବା ସହ ସନ୍ଦେହ ଘେରକୁ ଆସିଥିଲେ । କିଛି ଦିନ ତଳେ ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ପ୍ରସଙ୍ଗକୁ ନେଇ ଚିନ୍ତାପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୂପାନ୍ତରୀକରଣର ଡିଣ୍ଡିମ ପିଟୁଥିବା ବିଜେଡି ସରକାରଙ୍କ ଇଏ କି ପ୍ରକାର ରୂପାନ୍ତରୀକରଣ ବୋଲି ସିଧା ପ୍ରଶ୍ନ କରିଥିଲେ ।