|
logo
Live

Argus News - ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଅପେକ୍ଷା କରିଛନ୍ତି କଟକ ବାସୀ

Odisha

ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଅପେକ୍ଷା କରିଛନ୍ତି କଟକ ବାସୀ

Jitendra Dash
Browse all articles by Jitendra Dash
·2 years ago·1 min read
ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଅପେକ୍ଷା କରିଛନ୍ତି କଟକ ବାସୀ

ଅର୍ଗସ ବ୍ୟୁରୋ : ଆଉ ଦିନ କେଇଟା ପରେ ମକର ସଂକ୍ରାନ୍ତି । ବର୍ଷ ତମାମ କଟକ ବାସୀ ଏହି ଦିନର ଅପେକ୍ଷା କରିଥାଆନ୍ତି । କାରଣ ଏହି ଦିନରେ କଟକିଆ ଗୁଡି ଉଡାଇ ଭରପୁର ମଜ୍ଜା ଉଠାଇଥିଲେ । କେଉଁ କାଳରୁ ଏହି ପରମ୍ପରା ମଧ୍ୟ ରହି ଆସିଛି । ତେଣୁ ଚଳିତବର୍ଷ ମଧ୍ୟ ଗୁଡି ଉଡାଇବା ପାଇଁ ଯଥେଷ୍ଟ ଉତ୍ସାହ ରହିଛି କଟକ ବାସୀଙ୍କର । ବର୍ଷର ପ୍ରଥମରେ ପ୍ରଥମ ପର୍ବ ଆସିଥିବାରୁ ସମସ୍ତେ ଗୁଡ଼ିର ମଜ୍ଜା ଉଠାଇବା ପାଇଁ ବିଭିନ୍ନ ରକମର ଗୁଡି କିଣୁଛନ୍ତି । 

ଚୌଧୁରୀ ବଜାର ଓ ନନ୍ଦି ସାହି  ମାର୍କେଟରେ ରହିଥିବା ଦୋକାନରେ ଲାଗିଛି ଭିଡ଼ । ପୂର୍ବ ବର୍ଷ ଭଳି ସେତେଟା ଭିଡ଼ ନଥିବା ବେଳେ, କିଛି ଲୋକ ଗୁଡ଼ି କିଣୁଛନ୍ତି । ତେବେ ସଙ୍କ୍ରାନ୍ତିରେ କଟକର ଅନେକ ସ୍ଥାନରେ ଗୁଡି ଉଡାଯାଇଥାଏ । ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବେଶ ଆଡ଼ମ୍ବର ସହ ପାଳନ କରିଥାନ୍ତି । ହେଲେ ଏହାରି ଭିତରେ ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ଯେପରି ମାଞ୍ଜା ସୂତା ବେକରେ ଲାଗି ଲୋକମାନେ ବିଶେଷ ଭାବରେ ଆହତ ହୁଅନ୍ତି । ଏପରିକି ଅନେକ ବ୍ୟକ୍ତି ପ୍ରାଣ ମଧ୍ୟ ହରାଇ ଥିବା ନଜିର ରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଏହି ମାଞ୍ଜା ସୂତା ବ୍ୟବହାରକୁ ରୋକିବା ପାଇଁ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ରହିଛି । ତେବେ ଆଗାମୀ ଦିନ ମାନଙ୍କରେ ଏହି ସୂତା ବ୍ୟବସାୟ ଓ ଗୁଡିରେ ଲଗାଇ ଉଡେଇବା ଦିଗ ଉପରେ ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି । ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପରମ୍ପରା ବଞ୍ଚୁ କିନ୍ତୁ ଗୁଡି ସୂତାରେ ପଶୁ ପକ୍ଷୀ ଓ ମଣିଷଙ୍କ ଜୀବନ ନ ଯାଉ ସେଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି 

Sponsored
ଗୁଡ଼ି ଉଡ଼ାଇବାର ପର୍ବ ‘ମକର ସଂକ୍ରାନ୍ତି’କୁ ଅପେକ୍ଷା କରିଛନ୍ତି କଟକ ବାସୀ | Argus English