ଆଜି ପବିତ୍ର ମକର ସଂକ୍ରାନ୍ତି, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ମକର ଚାଉଳ ଭୋଗ ?

ଅର୍ଗସ ବ୍ୟୁରୋ : କଟା ଚାଲିଛି ଆଖୁ, କନ୍ଦମୂଳ, ଚିନିଆଳୁ । ସେପଟେ ଚାଲିଛି ଚୂଡାରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଶାଇବା । ଆପଣ ଭାବୁଥିବେ ଏହା ପୂଜାର କୌଣସି ଭୋଗ । ହେଲେ ଏହି ଭୋଗ ଟିକେ ନିଆରା । କାରଣ ଏହି ଭୋଗ କେବଳ ଆଜି ଗୋଟିଏ ହିଁ ଦିନ ତିଆରି ହୋଇଥାଏ, ଆଉ ଏହାର ନାମ ହେଉଛି ମକର ଚାଉଳ । ମକର ଚାଉଳ ଭିନ୍ନ ଏକ ପରମ୍ପରା । ଏହି ମକର ଚାଉଳ ଯାହାକି ପ୍ରସାଦ ଅଟେ ତାହା କେବଳ ମକର ସଂକ୍ରାନ୍ତିରେ ହିଁ ତିଆରି ହୋଇଥାଏ । ଉଦଳା ହନୁମାନ ମନ୍ଦିରରେ ଚାଲିଛି ମକର ଚାଉଳ ତିଆରି । ମକର ଚାଉଳ ତିଆରି ହୋଇଥାଏ ଏହି ଭଳି ।
ଚୂଡାକୁ ଧୋଇ ସଫା କରାଯିବା ପରେ ସେଥିରେ ପଡିଥାଏ କ୍ଷୀର, ଗୁଡ, ଆଖୁ, ଚେରି, ଖଜୁରୀ, କାଜୁ, କିସମିସ୍, ଅଦା, କନ୍ଦମୂଳ, ଚିନିଆଳୁ । ଏହା ସହିତ ଏହି ମକର ଚାଉଳର ସ୍ୱତନ୍ତ୍ରତା ହେଉଛି ଏଥିରେ ପଡିଥାଏ ତିଳଉ । ଯାହାକି କେବଳ ମକର ସମୟରେ ହିଁ ଉପଲବ୍ଧ ହୋଇଥାଏ । ତିଳଉ ବିନା ମକର ପର୍ବ ଅଧୁରା ଭଳି ତିଳଉ ବିନା ମକର ଚାଉଳ ପ୍ରସ୍ତୁତି ମଧ୍ୟ ଅଧୁରା । କୁହାଯାଏ ଚାଉଳ ହେଉଛି ଲକ୍ଷ୍ମୀ । ତେଣୁ ମକର ଚାଉଳରେ ଲକ୍ଷ୍ମୀଙ୍କ ଆଗମନ ଏବଂ ବର୍ଷ ତମାମ ଘରେ ଚାଉଳ ଅଭାବ ନ ରହିବା ପାଇଁ ଏହି ମକର ଚାଉଳ ଭୋଗରେ ପଡିଥାଏ ଅରୁଆ ଚାଉଳ ବଟା । ଯାହାକି ଶିଳରେ ବଟା ଯାଇ ପ୍ରସ୍ତୁତ ହୋଇଥାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ମକର ଚାଉଳ ବିନା ମକର ଅଧୁରା । ଆଉ ମକର ଦିନ ହିଁ ଏହି ମକର ଚାଉଳର ଭୂମିକା ଅଲଗା । ମକର ଏବଂ ମକର ଚାଉଳ ପରସ୍ପର ସହିତ ଜଡିତ ଥିବା ବେଳେ ଅନେକ ଆଜି ବି ଏହି ମକର ଚାଉଳ ତିଆରିର ମହତ୍ୱ ଠାରୁ ଅନେକ ଦୂରରେ । ତେବେ ସବୁପରେ ମକର ସଂକ୍ରାନ୍ତିରେ ମକର ଚାଉଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ମକର ଚାଉଳ ଦେଇ ହାର୍ଦ୍ଦିକ ଶୁଭେଚ୍ଛା ।