Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପରଲୋକରେ ମହେଶ୍ୱର ମହାନ୍ତି

Odisha

ପରଲୋକରେ ମହେଶ୍ୱର ମହାନ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପରଲୋକରେ ମହେଶ୍ୱର ମହାନ୍ତି

ଅର୍ଗସ ବ୍ୟୁରୋ:  ପରଲୋକରେ ମହେଶ୍ବର ମହାନ୍ତି। ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ। ବିଳମ୍ବିତ ରାତି 3ଟା 25 ମିନିଟ ସମୟରେ ପରଲୋକ ହୋଇଥିବା ସୂଚନା। 67 ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି।  ନଭେମ୍ବର 10ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲଗାତାର 5 ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି।

୧୯୯୫ରୁ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ହୋଇଥିଲେ ମହେଶ୍ବର ମହାନ୍ତି । ୧୯୯୫ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇ ଆସୁଥିଲେ ମହେଶ୍ବର । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ।

ଅଧିକ ପଢନ୍ତୁ: ମହେଶ୍ୱର ମହାନ୍ତିଙ୍କ ଦେହାନ୍ତ, ଶୋକ ବ୍ୟକ୍ତ କଲେ ମନମୋହନ ଓ ଜୟ ନାରାୟଣ ମିଶ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ ମହେଶ୍ବର । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA କରିଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟରେ LLB କରିଛନ୍ତି । ପେଶାରେ ଆଇନଜୀବୀ ଥିଲେ ମହେଶ୍ବର । ବର୍ତ୍ତମାନ ପୁରୀ ଜିଲ୍ଲା ସଭାପତି ଦାୟିତ୍ବରେ ଥିଲେ ମହେଶ୍ବର ।

ଓଡିଶା ଖବର ଆହୁରି ପଢନ୍ତୁ

Sponsored
maheswar mohanty passed away | Argus English