ମଧ୍ୟପ୍ରଦେଶର କୌଣସି ଧାର୍ମିକ ପୀଠରେ ଲାଉଡ ସ୍ପିକରରେ ପ୍ରାର୍ଥନା ହୋଇପାରିବ ନାହିଁ

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶର କୌଣସି ଧାର୍ମିକ ପୀଠରେ ଆଉ ଲାଉଡ ସ୍ପିକରରେ ପ୍ରାର୍ଥନା ହୋଇପାରିବ ନାହିଁ । ଆଜି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବା କ୍ଷଣି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ନିର୍ଦ୍ଦେଶନାମାରେ ଲାଉଡ ସ୍ପିକର ବ୍ୟାନ କରିଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁସାରେ ଏଣକି କୌଣସି ଧାର୍ମିକ ପୀଠ କିମ୍ବା ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକର ବାଜି ପାରିବ ନାହିଁ । ଏହା ଉଭୟ ହିନ୍ଦୁ ଓ ମୁସଲିମ ଧର୍ମ ପୀଠଗୁଡ଼ିକ ପାଇଁ ଲାଗୁ ହେବ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଭାରତ ଖବର
୨୦୦୫ ଜୁଲାଇ ମାସରେ ସୁପ୍ରିମକୋର୍ଟ ରାତି ୧୦ରୁ ସକାଳ ୬ଟା ଯାଏ ଲାଉଡ ସ୍ପିକର ଉପରେ ବ୍ୟାନ ଲଗାଇଥିଲେ । କେବଳ ଜରୁରୀ ପରିସ୍ଥିତିରେ ଲାଉଡ ସ୍ପିକରର ବ୍ୟବହାର ରାତି ୧୦ରୁ ସକାଳ ୬ ମଧ୍ୟରେ ହୋଇପାରିବ । ଶବ୍ଦ ପ୍ରଦୂଷଣ ଓ ସ୍ୱାସ୍ଥ୍ୟଗତ ସ୍ଥିତିକୁ ଦେଖି ସୁପ୍ରିମକୋର୍ଟ ଏପରି ନିଷ୍ପତ୍ତି ନେଇଥିଲେ । କିନ୍ତୁ ୨୦୦୫ ଅକ୍ଟୋବର ୨୮ରେ ସୁପ୍ରିମକୋର୍ଟ ନିଜ ରାୟରେ ସାମାନ୍ୟ ବଦଳ କରିଥିଲେ । ପାର୍ବଣ ଋତୁରେ ମଧ୍ୟରାତ୍ର ଯାଏ ଲାଉଡ ସ୍ପିକରକୁ ଅନୁମତି ପାଳିବ। ବର୍ଷକୁ ୧୫ ଦିନ ଏପରି କୋହଳ ନୀତି ଆପଣା ଯାଇ ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।