Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

Odisha

ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

Ritu Das
Browse all articles by Ritu Das
·2 years ago·2 min read
ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ

ଅର୍ଗସ ବ୍ୟୁରୋ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ  ହେଉଛନ୍ତି ସର୍ବଶକ୍ତିର ଆଧାର ଓ ଆଦ୍ୟାଶକ୍ତି। ସ୍ତୁତି ଗାନରେ କନିକା ପୁରାଣ ଓ ଯୋଗିନୀ ତନ୍ତ୍ରରେ ମଧ୍ୟ ଭଦ୍ରକାଳୀ ପୀଠ ଏକ ମହାନ ଶକ୍ତିପୀଠ ରୂପେ ବର୍ଣ୍ଣିତ ହୋଇଛି। ମା' କାଳୀଙ୍କ ପୂଜା ଅବସରରେ ଏହି ଅମାବାସ୍ୟା ତିଥି ଠାରୁ ମା ଭଦ୍ରକାଳୀଙ୍କ ପୀଠରେ ମା ଙ୍କୁ ସପ୍ତମାତୃକା ବେଶରେ ପୂଜାର୍ଚ୍ଚନା କରାଯାଇଛି। ତେବେ ଆଜି ଭୋର 4 ଟାରୁ ମା ଭଦ୍ରକାଳୀଙ୍କ ବିଶେଷ ପୂଜାର୍ଚ୍ଚନା ପାଇଁ ନିକଟସ୍ଥ ସାଳନ୍ଦୀ ନଦୀଘାଟରୁ  ସେବାୟତ ଓ ମାନସିକ ଧାରୀ ଙ୍କ ଦ୍ଵାରା ସଳନ୍ଦୀ ନଦୀରୁ ଜଳ ଅଣାଯାଇ ଘଟସ୍ଥାପନ ସହ ରୀତିନୀତି ଅନୁସାରେ ମା'ଙ୍କର ପୂଜାର୍ଚ୍ଚନା କରାଯାଇଛି।

ତେବେ ସପ୍ତଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ମା'ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ମଧ୍ୟରୁ ଆଜି ମା'ଙ୍କୁ ପ୍ରଥମ ଦିବସରେ ବେଦମାତା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଛି। ତେବେ ଆଜି ମା' ଭଦ୍ରକାଳୀଙ୍କୁ ବେଦମାତା ରୂପରେ ଦର୍ଶନ କଲେ ଜ୍ଞାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ଦେବୀଙ୍କର ସାତଟି ରୂପ ମଧ୍ୟରୁ ବେଦମାତା ଅର୍ଥାତ୍ ଗାୟତ୍ରୀ ରୂପ ଦର୍ଶନ କଲେ ଜ୍ଞାନର ଭଣ୍ଡାର ଉଦୟ ହୋଇଥାଏ ବୋଲି ମା' ଙ୍କ ସେବାୟତ କହିଛନ୍ତି.

ସେହିପରି ମା' ଭଦ୍ରକାଳୀଙ୍କ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମା'ଙ୍କ ପୀଠରେ ସାତଦିନ ବ୍ୟାପି ସପ୍ତମାତୃକା ବେଶର ପୂଜାର୍ଚ୍ଚନା ପାଇଁ ବିଶେଷ ଆୟୋଜନ କରାଯାଇଛି। ଏହି ମହାପୂଜା ଅବସରରେ ମହାଯଜ୍ଞ, ସପ୍ତ ଚଣ୍ଡୀପାଠ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମା' ଭଦ୍ରକାଳୀଙ୍କୁ ଦର୍ଶନ ପାଇଁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ହୋଇଛି। ତେବେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳାର ସହିତ ଆସି ମା'ଙ୍କୁ ଦର୍ଶନ କରି ପାରିବେ ସେ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Sponsored
Maa Bhadrakali | Argus English