Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା

Odisha

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା

Manini Pattanayak
Browse all articles by Manini Pattanayak
·2 years ago·1 min read
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୧୪ ରେ ଲଘୁଚାପ ହେବା ନେଇ ସମ୍ଭାବନା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଆଶଙ୍କା ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଧୀରେ ଧୀରେ ପଶ୍ଚିମ- ଉତ୍ତର – ପଶ୍ଚିମକୁ ଗତି କରିବ, ଯାହା ୧୬ ତାରିଖ ଆଡକୁ ଆହୁରୀ ଘନୀଭୂତ ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏବେ  ହାଲକା ଶୀତ ପଡିଛି । ଆସନ୍ତା ୧୪ ଯାଏଁ ପାଗ ଶୁଖିଲା ରହିବ । ୧୬ରୁ ୧୮ ତାରିଖ ଭିତରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଢେଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low pressure threat in Southeast Bay of Bengal, Due to this, there is a possibility of light to moderate rain in South Odisha from 15. | Argus English