Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ

Odisha

ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ

Ritu Das
Browse all articles by Ritu Das
·2 years ago·1 min read
ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ

ଅର୍ଗସ ବ୍ୟୁରୋ: ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ମାନ ଲୁଚାଇ ରଖାଯାଇଛି । ପାଖାପାଖି ୩୦ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ଥାନା ବହୁବନ୍ଧ ପଟାଶ ଜଙ୍ଗଲରୁ । ଆଜି ସକାଳ ସମୟରେ ଜଙ୍ଗଲରେ ଅନେକ ଗୁଡିଏ ପିଡିଏସ୍ ଚାଉଳ ବସ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । 

ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି । ଏହି ପିଡିଏସ୍ ଚାଉଳ ବସ୍ତା ଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା କୁହାଯାଉଛି । ତେବେ ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯିବାର ଥିଲା ତାହାର ଖୋଳତାଡ ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Lots of PDS rice | Argus English