Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି - ଧର୍ମେନ୍ଦ୍ର ପ୍ରଧାନ

Odisha

ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି - ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·2 min read
ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି - ଧର୍ମେନ୍ଦ୍ର ପ୍ରଧାନ

Key Points

•    ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର
•    ଐତିହାସିକ ସହର କଟକରେ ରାମଭକ୍ତ ମାନଙ୍କ ସହ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେବା ମୋର ସୌଭାଗ୍ୟ 
•    ପବିତ୍ର ଅଯୋଧ୍ୟା ଧାମରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ     ପ୍ରଧାନମନ୍ତ୍ରୀ ଆଜି ଠାରୁ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ କରିଛନ୍ତି 
•     “ସିୟାବର ରାମଚନ୍ଦ୍ର କୀ ଜୟ” ସ୍ଲୋଗାନ ଦେବା ସହ ସମସ୍ତଙ୍କ ମଙ୍ଗଳ କାମନା କଲେ କେନ୍ଦ୍ରମନ୍ତ୍ରୀ 

କଟକ: ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କଟକର କଲେଜ ଛକ ମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପବିତ୍ର ଅଯୋଧ୍ୟା ଧାମରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ସହର କଟକରେ ମୁଁ ରାମଭକ୍ତ ମାନଙ୍କ ସହ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି ।   

ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର । ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର  ପ୍ରତିଷ୍ଠା ପାଇଁ ସବୁଠି ରାମମୟ ପରିବେଶ ତିଆରି ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନରେ ରାମନାମର ପଦଧ୍ୱନୀ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି । କେନ୍ଦ୍ରମନ୍ତ୍ରୀ “ସିୟାବର ରାମଚନ୍ଦ୍ର କୀ ଜୟ” ସ୍ଲୋଗାନ ଦେବା ସହ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lord Sriram's arrival has created a blissful atmosphere everywhere said- Dharmendra Pradhan-in-cuttack | Argus English