Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ

Odisha

କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ

Banajyotshna Ray
Browse all articles by Banajyotshna Ray
·2 years ago
କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ

ଅର୍ଗସ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ଠାକୁର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ । ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ତେବେ ଭକ୍ତଙ୍କ ଭିଡ଼କୁ ଦେଖି ରାତିରେ ହୋଇନଥିଲା ମହାପ୍ରଭୁଙ୍କ ପହୁଡ଼ । ରାତି ତମାମ କାଳିଆ ଠାକୁରଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଆଉ ଆଜି ଦୁର୍ଲଭ ସୁନା ବେଶ ଦେଖିବାକୁ ଅପେକ୍ଷାରତ ଅଛନ୍ତି । ଭିଡ଼କୁ ଦେଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ୬୯ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lord jagannath suna besa is on Kartik Purnima | Argus English